କଟକ:ରାଜ୍ୟରେ ମଜୁବୁତ କରାଯାଉଛି ଆଇନ ସେବା ବ୍ୟବସ୍ଥା । ଏଥିପାଇଁ ସରକାର ନୂଆ ଥାନା ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ବୟାଳିସ ମୌଜାରେ 3.5ଏକର ପରିମିତ ସ୍ଥାନରେ ନୂତନ ଥାନା ନିର୍ମାଣ କରାଯିବ । ଅଞ୍ଚଳବାସୀଙ୍କ ତରଫରୁ ଥାନା ପାଇଁ ଦୀର୍ଘ ଦିନ ହେଲାଣି ଦାବି ହୋଇଆସୁଥିଲା । ଥାନା ନିର୍ମାଣ ନେଇ ଆନୁଷ୍ଠାନିକ ଭାବେ ଘୋଷଣା ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।
କଟକ କମିଶନରେଟ ପୋଲିସ ଅଧୀନରେ ଥିବା 42 ମୌଜା ଫାଣ୍ଡିକୁ ଅପଗ୍ରେଡ କରାଯାଇଛି । 80ହଜାର ଲୋକସଂଖ୍ୟା ବିଶିଷ୍ଟ 42 ମୌଜ଼ା ଦ୍ୱିପାଞ୍ଚଳରେ ସାଧାରଣ ଲୋକେ ଆଇନ ସେବା ବହୁ ହଇରାଣ ହରକତ ହେଉଥିଲେ । ସାମାନ୍ୟ ଘଟଣା ପାଇଁ 15 କିମି ଦୂରରେ ଥିବା ସଦର ଥାନାକୁ ଯିବାକୁ ପଡୁଥିଲା ଅଞ୍ଚଳବାସୀଙ୍କୁ ।