ଓଡିଶା

odisha

ETV Bharat / city

ଡେଙ୍ଗୁ କବଜାରେ କଟକ, ସିଏମସିକୁ ବିଧାୟକଙ୍କ ଦୋଷାରୋପ - କଟକରେ 40 ଡେଙ୍ଗୁ ରୋଗୀ

କଟକରେ କାୟାମେଲାଉଛି ଡେଙ୍ଗୁ। ବର୍ତ୍ତମାନ ସୁଦ୍ଧା 40 ଜଣ ଏହି ରୋଗରେ ଆକ୍ରାନ୍ତ ହେଲେଣି। ଏଭଳି ପରିସ୍ଥିତି ପାଇଁ ସିଏମସିଙ୍କୁ ଦାୟୀ କଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। ଅଧିକ ଖବର ପଢନ୍ତୁ...

କଟକରେ ବଢୁଛନ୍ତି ଡେଙ୍ଗୁରୋଗୀ, ସିଏମସିକୁ ଦାୟୀ କଲେ ବିଧାୟକ

By

Published : Nov 9, 2019, 11:40 PM IST

କଟକ:ଜିଲ୍ଲାରେ ଧୀରେ ଧୀରେ କାୟାବିସ୍ତାର କରୁଛି ଡେଙ୍ଗୁ। ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିନ୍ତାରେ ସହରବାସୀ। ତେବେ କାଠଗଡା ସାହି, କୁମ୍ଭାର ସାହିର ଘରେ ଘରେ ଏବେ ଏହିରୋଗୀ । ତେବେ ସହରରେ ବ୍ୟାପିଥିବା ଡେଙ୍ଗୁ ରୋଗ ପାଇଁ ସିଏମସିକୁ ଦାୟୀ କରିଛନ୍ତି କଟକର କଂଗ୍ରେସ ବିଧାୟକ ମହମ୍ମଦ ମୁକିମ୍।

କଟକରେ ବଢୁଛନ୍ତି ଡେଙ୍ଗୁରୋଗୀ, ସିଏମସିକୁ ଦାୟୀ କଲେ ବିଧାୟକ

ଦଶହରା ପରେ ସହର ମଧ୍ୟରେ ଠିକ ଭାବରେ ସଫେଇ କାମ ହେଉନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ବିଧାୟକ ମହମ୍ମଦ ମୋକିମ କହିଛନ୍ତି । ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ସେ ସିଏମସି କମିଶନରଙ୍କୁ ନିର୍ଦ୍ଧେଶ ଦେଇଛନ୍ତି।

ସୂଚନାଯୋଗ୍ୟ, କୁମ୍ଭରସାହି ,କାଠଗଡା ସାହିରେ ୪୦ରୁ ଉର୍ଦ୍ଧ୍ଵ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହେଲେଣି ।ୱାର୍ଡ ମଧ୍ୟରେ ଠିକ ଭାବରେ ସଫାଇ କାମ ନହେବାରୁ ଡେଙ୍ଗୁ ଏବେ କଟକରେ କାୟାବିସ୍ତାର କରୁଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details