କଟକ: ପୁଣି ବନ୍ଧୁକ ମୁନରେ ଲୁଟ୍, ସେ ପୁଣି ଦିନ ଦ୍ବିପ୍ରହରରେ । ଏକ ଫାଇନାନ୍ସ କମ୍ପାନୀରୁ କିଛି ଦୁର୍ବୃତ୍ତ ସୁନା ଗହଣା ସହ ନଗଦ 4 ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ଆସିଛି । ତେବେ ଲୁଟ୍ ହୋଇଥିବା ସୁନାର ମୂଲ୍ୟ 10 କୋଟି ହେବ ବୋଲି କୁହାଯାଉଛି ।
ସୂଚନା ଅନୁଯାୟୀ କଟକର ଏକ ଫାଇନାନ୍ସ କମ୍ପାନୀ ଆଇଆଇଏଫଲରେ କଳାକନା ବୁଲାଇ ଦେଇଛନ୍ତି ଦୁର୍ବୃତ୍ତ । ଆଜି(ଗୁରୁବାର) ସକାଳ 10ଟା ରୁ 10ଟା 10 ମଧ୍ୟରେ 4 ଜଣ ଦୁର୍ବୃତ୍ତ କମ୍ପାନୀ ମଧ୍ୟକୁ ଅଚାନକ ପ୍ରବେଶ କରିଥିଲେ । କର୍ମଚାରୀମାନେ କିଛି ବୁଝିବା ପୂର୍ବରୁ ସେମାନଙ୍କୁ ବନ୍ଧୁକ ଦେଖାଇ ଏକ କଠୋରୀରେ ବନ୍ଦ କରିଦେଇଥିଲେ ଦୁର୍ବୃତ୍ତ ।