ଓଡିଶା

odisha

Manas Murder Case: ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ସହଯୋଗୀକୁ କୋର୍ଟ ଚାଲାଣ

By

Published : Apr 3, 2022, 1:12 PM IST

Updated : Apr 3, 2022, 1:26 PM IST

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣା । କୋର୍ଟ ଚାଲାଣ ହେଲେ ଅଭିଯୁକ୍ତ ଶର୍ମିଷ୍ଠା ଓ ସହଯୋଗୀ । ଅଧିକ ପଢନ୍ତୁ

Manas Swain Murder Case: ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ସହଯୋଗୀକୁ କୋର୍ଟ ଚାଲାଣ
Manas Swain Murder Case: ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ସହଯୋଗୀକୁ କୋର୍ଟ ଚାଲାଣ

କଟକ:ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଜେରାର ସମ୍ମୁଖୀନ ହେଉଥିବା ୪ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ । ୫ ଦିନର ରିମାଣ୍ଡ ଅବଧି ଶେଷ ହେବାପରେ ଭଦ୍ରକ ଚାନ୍ଦବାଲି କୋର୍ଟକୁ ପଠାଯାଇଥିବା ସୂଚନା । ତେବେ କଡା ସୁରକ୍ଷା ବଳୟ ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଭଦ୍ରକ ଅଭିମୁଖେ ନେଇଛି କ୍ରାଇମବ୍ରାଞ୍ଚ ।

Manas Murder Case: ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ସହଯୋଗୀକୁ କୋର୍ଟ ଚାଲାଣ

ଏହା ମଧ୍ୟ ପଢନ୍ତୁ: Manas Swain Murder Case: ଆଜି ରିମାଣ୍ଡର ଶେଷ ଦିନ, ଆଇନର ଗଳାବାଟ ଦେଇ ଖସି ଯିବେ କି ଅଭିଯୁକ୍ତ !

୫ ଦନିଆ ରିମାଣ୍ଡ ସମୟ ମଧ୍ୟରେ ଅନେକ ତଥ୍ୟ ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚ ଟିମ । ଆହୁରି ତଥ୍ୟ ହାସଲ କରିବାକୁ ଥିବାବେଳେ ମେମୋରୀ ଚିପକୁ ନେଇ କ୍ରାଇମବ୍ରାଞ୍ଚର ଚିନ୍ତା ବଢି ଯାଇଛି । ପୂର୍ବରୁ ନୟାଗଡ, ଭଦ୍ରକ ଏବଂ ସମ୍ପୂର୍ଣ୍ଣା ଅଫିସ କ୍ରାଇମ୍ ସ୍ପଟରେ ସିନ୍ ରିକ୍ରିଏସନ ପରେ ଆଜି ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Apr 3, 2022, 1:26 PM IST

ABOUT THE AUTHOR

...view details