ଓଡିଶା

odisha

ETV Bharat / city

ଚୌଦ୍ବାରରୁ ଗିରଫ ହେଲେ 4 ଡ଼କାୟତ

କଟକରୁ 4 ଡକାୟତ ଗିରଫ । ଡକାୟତି ଉଦ୍ୟମ କରୁଥିବା ବେଳେ ଅଚାନକ ଚଢାଉ କରି ଗିରଫ କରିଛି ପୋଲିସ ।

By

Published : Nov 24, 2019, 2:48 PM IST

ଚୌଦ୍ବାରରୁ ଗିରଫ ହେଲେ 4 ଡ଼କାୟତ

କଟକ: ଡକାୟତି ଉଦ୍ୟମ ପଣ୍ଡ କଲା କମିଶନରେଟ ପୋଲିସ । ଡକାୟତି ଉଦ୍ୟମ କରୁଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି ଚୌଦ୍ବାର ପୋଲିସ ।

ଶନିବାର ବିଳମ୍ବିତ ରାତିରେ ମଙ୍ଗଳପୁର ବାଣିପଦା ରାସ୍ତାରେ ଡକାୟତି ଉଦ୍ୟମ କରୁଥିବା ବେଳେ ପୋଲିସ ଅଚାନକ କରିଥିଲା ଚଢ଼ାଉ । ଏଥିରେ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ ବାଇକ, ଭୁଜାଲି, ଗୋଟିଏ ବନ୍ଧୁକ ଓ 2 ଟି ଅଫୁଟା ଗୁଳି ଜବତ କରିଛି ପୋଲିସ ।

ଚୌଦ୍ବାରରୁ ଗିରଫ ହେଲେ 4 ଡ଼କାୟତ

ଗିରଫ ହୋଇଥିବା ଅପରାଧି ମାନେ କାହ୍ନୁ ଚରଣ ବେହେରା, ସୁକାନ୍ତ ସ୍ବାଇଁ, ରଞ୍ଜନ ସେଠୀ ଓ ବିଜୟ ନାୟକ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

ABOUT THE AUTHOR

...view details