କଟକ: କଟକରେ କୋରୋନା ସ୍ଥିତି ଗମ୍ଭୀର । ଶନିବାର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ପୁଣି 38 ପଜିଟିଭ କେସ ରିପୋର୍ଟ କରାଯାଇଛି । ଏହାସହ ଏସସିବି ମେଡିକାଲରୁ ମଧ୍ୟ 6 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ପୁଣି 38 କୋରୋନା ଆକ୍ରାନ୍ତ - ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର
କଟକରେ କୋରୋନା ସ୍ଥିତି ଗମ୍ଭୀର । ଶନିବାର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ପୁଣି ମୋଟ 38 ପଜେଟିଭ କେସ ରିପୋର୍ଟ କରାଯାଇଛି । ଅଧିକ ପଢନ୍ତୁ...
ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ପୁଣି 38 କୋରୋନା ଆକ୍ରାନ୍ତ
ତେବେ ଶନିବାର କଟକ ଜିଲ୍ଲାରେ ନୂଆ ପଜିଟିଭ ମାମଲା ସଂଖ୍ୟା ସ୍ପଷ୍ଟ କରାଯାଇନାହିଁ । କଟକରେ କୋରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ବିଶେଷ କରି ଡାକ୍ତରଖାନା ଗୁଡିକରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି । ଯାହାକୁ ନେଇ ସାଧାରଣ ଲୋକେ ମଧ୍ୟ ଆତଙ୍କିତ ହୋଇଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ