ଓଡିଶା

odisha

ETV Bharat / city

କଟକରେ ଉଚ୍ଛେଦ ଜାରି, ଭାଙ୍ଗିଲା 36ଟି ବେଆଇନ ଦୋକାନ

କଟକରେ 4ର୍ଥ ପର୍ଯ୍ୟାୟ ଉଚ୍ଛେଦ ଜାରି । ଆଜି ମାଟିରେ ମିଶିଲା 36ଟି ଦୋକାନ, 6ଟି ମନ୍ଦିର ଓ ଗୋଟିଏ କ୍ଲବ ଘର । ସେପଟେ, କ୍ଷତିଗ୍ରସ୍ତଙ୍କୁ ମିଳିବ କ୍ଷତିପୂରଣ ।

36 shop evicted from cuttack
କଟକରେ ଉଚ୍ଛେଦ ଜାରି, ଭାଙ୍ଗିଲା 36ଟି ବେଆଇନ ଦୋକାନ

By

Published : Feb 14, 2020, 3:19 PM IST

କଟକ: ସିଲଭର ସିଟିରେ ପୁଣି ଚାଲିଲା ବୁଲଡୋଜର । ମାଟିରେ ମିଶିଲା 36ଟି ବେଆଇନ ଦୋକାନ, 6ଟି ମନ୍ଦିର ଓ ଗୋଟିଏ କ୍ଲବ ଘର । ଆଜି 4ର୍ଥ ପର୍ଯ୍ୟାୟରେ କରାଯାଇଥିଲା ଉଚ୍ଛେଦ ପ୍ରକ୍ରିୟା । ଯୋବ୍ରାର ଚୁନ ଭାଟି ଠାରୁ ରାଣୀହାଟ ପୋଲ ପର୍ଯ୍ୟନ୍ତ ଆଜି ଉଚ୍ଛେଦ ହୋଇଛି । ଏଥିପାଇଁ ନିୟୋଜିତ ହୋଇଥିଲେ 3 ପ୍ଲାଟୁନ ପୋଲିସ ଫୋର୍ସ, ସିଏମସି, ସିଡିଏ ଓତହସିଲ ଷ୍ଟାଫଙ୍କ ସମେତ 50 କର୍ମଚାରୀ ।

କଟକରେ ଉଚ୍ଛେଦ ଜାରି, ଭାଙ୍ଗିଲା 36ଟି ବେଆଇନ ଦୋକାନ

ଯେଉଁମାନଙ୍କ ଆଜି ଉଚ୍ଛେଦ କରାଯାଇଛି ସେମାନଙ୍କୁ କ୍ଷତି ପୂରଣ ପ୍ରଦାନ କରାଯିବ ବୋଲି ସିଏମସି ଡେପୁଟି କମିଶନର କହିଛନ୍ତି । ଛୋଟ ଦୋକାନ ପାଇଁ 20 ହଜାର, ବଡ ଦୋକାନ ପାଇଁ 30 ହଜାର, କ୍ଲବ ଘର ପାଇଁ 20 ହଜାର ଓ ମନ୍ଦିରର ଆକୃତି ଅନୁଯାୟୀ କ୍ଷତି ପୂରଣ ପ୍ରଦାନ କରାଯିବ ବୋଲି ଡେପୁଟି କମିଶନର କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details