କଟକ: ହାଇକୋର୍ଟ ଫୁଲ ବେଞ୍ଚର ନୋଟିସକୁ ସାମ୍ନା କରିବାକୁ ହାଇକୋର୍ଟ ବାର ପକ୍ଷରୁ ୩୦ ଜଣ ବରିଷ୍ଠ ଆଇନଜୀବୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଆସନ୍ତା ୨୧ ତାରିଖରେ ଫୁଲ ବେଞ୍ଚଙ୍କ ନୋଟିସର ଜବାବ ଦେବେ ହାଇକୋର୍ଟ ବାର ପକ୍ଷରୁ ନିୟୋଜିତ ହୋଇଥିବା ୩୦ ବରିଷ୍ଠ ଆଇନଜୀବୀ ।
ଏନେଇ ଶନିବାର ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଶୁକ୍ରବାର ରାଜ୍ୟର ସମସ୍ତ ବାର , ହାଇକୋର୍ଟ ବାରର ନିଷ୍ପତ୍ତି ଉପରେ ସହମତ ପ୍ରକାଶ କରିଥିଲେ । ତେବେ ଏନେଇ ଶନିବାର ହାଇକୋର୍ଟ ବାର ମଧ୍ୟରେ ବୈଠକ ହୋଇଥିଲା । ଫୁଲ ବେଞ୍ଚଙ୍କ ନୋଟିସ ପ୍ରସଙ୍ଗରେ ହାଇକୋର୍ଟ ବାରର ବରିଷ୍ଠ ଆଇନଜୀବୀ ମାମଲା ପରିଚାଳନା କରିବା ଉପରେ ସମସ୍ତେ ମତ ରଖିଥିଲେ ।