କଟକ: ଯାଜପୁରରୁ କୋରୋନା ଚିହ୍ନଟ ପରେ କଟକର 3ଟି ୱାର୍ଡ ସିଲ । କଟକର ନିଶ୍ଚିନ୍ତକୋଇଲି, ସାଲେପୁର ତହସିଲ ଅନ୍ତର୍ଗତ ଜଇରାମପୁର ଗ୍ରାମପଞ୍ଚାୟତର ଏକ ନମ୍ବର ୱାର୍ଡ, ମିର୍ଜାପୁର ପଞ୍ଚାୟତର 12 ଓ 13 ନଂ ୱାର୍ଡକୁ ଆବଦ୍ଧ ଅଞ୍ଚଳ ଘୋଷଣା କଲା କଟକ ଜିଲ୍ଲା ପ୍ରଶାସନ ।
ମାର୍ଚ୍ଚ 21ରେ ଯାଜପୁରରୁ ଚିହ୍ନଟ ହୋଇଥିବା କୋରୋନା ସଂକ୍ରମିତ ବ୍ୟକ୍ତି ଜଣକ ଏହି ସ୍ଥାନକୁ ଆସିଥିଲେ । ତେଣୁ ସଂକ୍ରମଣ ବ୍ୟାପିବା ଭୟରେ ଏଭଳି ପଦକ୍ଷେପ ନେଇଛି ଜିଲ୍ଲାପ୍ରଶାସନ । ବର୍ତ୍ତମାନ ଏହି ସ୍ଥାନରେ ଚଳାଚଳ ଉପରେ କଟକଣା ଲଗାଯାଇଛି । ଯେପରି କୌଣସି ବ୍ୟକ୍ତି ବାହାରୁ ଯାଇପାରିବେ ନାହିଁ କି ବାହାର ବ୍ୟକ୍ତି ଏଠାକୁ ଆସିପାରେ ନାହିଁ। ଉକ୍ତ ଅଞ୍ଚଳରେ ସମସ୍ତ ସରକାରୀ,ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ । ଆଉ ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ।