କଟକ: ୩ ଡକାୟତଙ୍କୁ କାବୁ କରିଛି କମିଶନରେଟ ପୋଲିସ । ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ହାବୁଡରେ ପଡିଛନ୍ତି 3 ଡକାୟତ । ଫଳରେ ଏକ ବଡ ଧରଣର ଡକାୟତି ଯୋଜନା ପଣ୍ଡ ହୋଇଥିବା କୁହାଯାଉଛି ।
ଡକାୟତି ପୂର୍ବରୁ ଡକାୟତଙ୍କୁ କାବୁ କଲା ପୋଲିସ - CP arrest Dakayat gang
କଟକ ନୂଆବଜାର ସ୍କୁଲ ପଡିଆରୁ ଡକାୟତି ଯୋଜନା କରୁଥିବା ୩ ଡକାୟତଙ୍କୁ କାବୁ କରିଛି କମିଶନରେଟ ପୋଲିସ । ସେମାନଙ୍କ ଠାରୁ ୨ଟି ଚୋରା ବାଇକ, ଗୋଟିଏ ଦେଶୀ ବନ୍ଧୁକ, ୫ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ କଟୁରୀ, ଲଙ୍କାଗୁଣ୍ଡ ଜବତ ହୋଇଛି । ଅଧିକ ପଢନ୍ତୁ...

ଡକାୟତଙ୍କୁ କାବୁ କଲା ପୋଲିସ
କଟକ ନୂଆବଜାର ସ୍କୁଲ ପଡିଆରେ ୩ ଡକାୟତ, ଡକାୟତି ପାଇଁ ଯୋଜନା କରୁଥିଲେ । ଖବର ପାଇ ଚାଉଳିଆଗଞ୍ଜ ଥାନା ପୋଲିସ ପହଞ୍ଚି ସେମାନଙ୍କୁ କାବୁ କରିଛି । ସେମାନଙ୍କ ଠାରୁ ୨ଟି ଚୋରା ବାଇକ, ଗୋଟିଏ ଦେଶୀ ବନ୍ଧୁକ, ୫ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ କଟୁରୀ, ଲଙ୍କାଗୁଣ୍ଡ ଆଦି ଜବତ କରିଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଉଛନ୍ତି ଚିକୁ, ମକରା ଓ ଶୁଭ । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ୨୦ ରୁ ଅଧିକ ଅପରାଧିକ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ