ଓଡିଶା

odisha

ETV Bharat / city

ଖଡଗପୁରରୁ ଗୁରୁତର ଅବସ୍ଥାରେ 3 ରେଭେନ୍ସା ଛାତ୍ରୀ ଉଦ୍ଧାର - ଖଡଗପୁରରୁ 3 ରେଭେନ୍ସା ଛାତ୍ରୀ ଉଦ୍ଧାର

ଗୁରୁତର ଅବସ୍ଥାରେ ପଶ୍ଚିମବଙ୍ଗ ଖଡଗପୁର ନିକଟରୁ 3 ଜଣ ରେଭେନ୍ସା ଛାତ୍ରୀ ଉଦ୍ଧାର । ନିଶା ସ୍ପ୍ରେ କରି ଅପହରଣ କରିବାକୁ କିଛି ଦୁର୍ବୃତ୍ତ ଉଦ୍ୟମ କରୁଥିବାବେଳେ ପୋଲିସ ଚେକିଂ ଯୋଗୁଁ ବର୍ତ୍ତିଗଲା ଏକ ବଡ ଅଘଟଣ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

3 college std.rescued
ଖଡଗପୁରରୁ ଗୁରୁତର ଅବସ୍ଥାରେ 3 ରେଭେନ୍ସା ଛାତ୍ରୀ ଉଦ୍ଧାର

By

Published : Dec 22, 2019, 6:57 PM IST

କଟକ: ରେଭେନ୍ସା କଲେଜ ଛକରୁ 3 ଛାତ୍ରୀଙ୍କୁ ଅପହରଣ । ପରେ ପଶ୍ଚିମବଙ୍ଗ ଖଡଗପୁର ରାସ୍ତାକଡରୁ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । କିଛି ଦୁର୍ବୃତ୍ତ ତାଙ୍କୁ ନିଶା ଦେଇ ଅପହରଣ କରିବା ପରେ ସେମାନଙ୍କ ଠାରୁ ଲୁଟି ନେଇଛନ୍ତି ଟଙ୍କା । ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାକୁ ନେଇ ଦେଶବ୍ୟାପୀ କ୍ରୋଧ ଦେଖିବାକୁ ମିଳିଥିବାବେଳେ, କଟକ ସହରରେ ଏଭଳି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ, ଯାଜପୁର କୋରେଇ ଥାନା ଗୌରପୁର ଓ ଭଦ୍ରକ ଧୂଷୁରିର ଦୁଇ ଛାତ୍ରୀ ଯୁକ୍ତ 3 ଦ୍ବିତୀୟ ବର୍ଷ ପଢୁଥିବାବେଳେ ଏକ ଘରୋଇ ହଷ୍ଟେଲରେ ରୁହନ୍ତି । ତେବେ ଗତ 19 ତାରିଖ ଅପରାହ୍ନ ସମୟରେ ଉଭୟ ନିଜ ଗାଁକୁ ଯିବାକୁ କଲେଜ ଛକରେ ଅଟୋକୁ ଅପେକ୍ଷା କରିଥିଲେ । ଏଥସହ ତାଙ୍କ ସହିତ ଅନ୍ୟ ଜଣେ ସହପାଠୀ ବାଦାମବାଡି ଛକ ଯାଇ ଔଷଧ ଆଣିବାର ଥିଲା । ଏହାପରେ ତିନି ଜଣ ମିଶି ଏକ ଅଟୋରେ ବାଦାମବାଡି ଆସିଥିଲେ ।

ରାଣୀହାଟ କେନାଲ ନିକଟରେ ଅଟୋ ଚାଳକ ପାନ ଆଣିବାକୁ ଯାଇ କେଉଁଆଡେ ଚାଲିଯାଇଥିଲେ । ଏହା ପରେ ଆସି ଛାତ୍ରୀଙ୍କ ମୁହଁରେ ନିଶା ସ୍ପ୍ରେ କରି ଦେଇଥିଲେ । ଛାତ୍ରୀମାନେ ଅଚେତ ହୋଇଯିବା ପରେ କ'ଣ ଘଟିଲା ତାହା ସେମାନେ ସ୍ପଷ୍ଟ ଭାବେ କହିପାରୁନାହାଁନ୍ତି । କିନ୍ତୁ ସେମାନଙ୍କୁ ଏକ ସ୍କର୍ପିଓ ଗାଡିରେ କେଉଁଆଡେ ନିଆଯାଉଥିବାର ଜଣେ ଛାତ୍ରୀ ଝାସ୍ପା ଦେଖିବାକୁ ପାଇଥିଲେ । ଏହି ସମୟରେ ଖଡଗପୁରରେ ପୋଲିସ ଚେକିଂ ଚାଲିଥିବାରୁ ଭୟରେ ଦୃର୍ବୃତ୍ତମାନେ ଛାତ୍ରୀମାନଙ୍କୁ ରାସ୍ତାରେ ଫିଙ୍ଗି ଫେରାର ହୋଇଯାଇଥିଲେ । ବଡ ଧରଣର ଅଘଟଣରୁ ଛାତ୍ରୀମାନେ ବର୍ତ୍ତି ଯାଇଥିବାବେଳେ ଏହି ଘଟଣା ପଛରେ ଅଟୋ ଚାଳକର ହାତ ଥିବା ଅଭିଯୋଗ ହୋଇଛି ।

ସେପଟେ, ସମୟ ପ୍ରାୟ 3ଟା 30 ବେଳକୁ ପରିବାର ସେମାନଙ୍କୁ ଯୋଗଯୋଗ କରିଥିଲେ । କିନ୍ତୁ ସେମାନଙ୍କୁ ଫୋନ ସୁଇଚ୍‌ ଅଫ ଥିବାରୁ ଯୋଗଯୋଗ ହୋଇପାରିନଥିଲା । ଅନ୍ୟପଟେ, ଛାତ୍ରୀମାନଙ୍କ ଚେତା ଫେରିବା ପରେ ବହୁ କଷ୍ଟରେ ନିକଟସ୍ଥ ରେଳ ଷ୍ଟେସନରେ ପହଞ୍ଚି ଆରପିଏଫ ଜରିଆରେ ସେମାନେ ପରିବାର ଲୋକଙ୍କ ସହ ସମ୍ପର୍କ କରିଥିଲେ । ତେବେ ମାତ୍ରାଧିକ ନିଶା ସ୍ପ୍ରେ ଯୋଗୁଁ ତିନି ଜଣ ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାବଳେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ପରିବାର ଭଦ୍ରକ ଥାନା ଏତଲା ଦେବା ସହ ଅନ୍ୟ ଦୁଇ ଜଣଙ୍କ ପରିବାର ପକ୍ଷରୁ କମିଶନରେଟ ପୋଲିସ ନିକଟରେ ଏତଲା ଦେବେ ବୋଲି ଜଣାପଡିଛି ।


ଭୁବନେଶ୍ବରରୁ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details