କଟକ:କଟକରେ ପୁଣି ଠାବ ହେଲା ସେକ୍ସ ରାକେଟ । ରାଣୀ ହାଟ ଗୋପାଳସହିର ଏକ ଘରେ ଦେହ ବ୍ୟବସାୟ ଚାଲୁଥିବା ଖବର ପାଇ ମଙ୍ଗଳାବାଗ ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ସେହି ଘରୁ ଜଣେ ରୂପଜୀବୀ ଏବଂ ୨ ଗ୍ରାହକଙ୍କୁ ଗିରଫ କରିଥିବାବେଳେ ମାଷ୍ଟର ମାଇଣ୍ଡ ଘର ମାଲିକ ମିଟୁଆ ଓରଫ ସୁକାନ୍ତ ନାୟକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।
କଟକରୁ ସେକ୍ସ ରାକେଟ ଠାବ, 3 ଗିରଫ - 3 arrested in Sex racket
କଟକରେ ପୁଣି ଠାବ ହେଲା ସେକ୍ସ ରାକେଟ । ରାଣୀ ହାଟ ଗୋପାଳସହିର ଏକ ଘରେ ଦେହ ବ୍ୟବସାୟ ଚାଲୁଥିବା ଖବର ପାଇ ମଙ୍ଗଳାବାଗ ପୋଲିସ ଚଢ଼ାଉ କରିଥିଲା । ଅଧିକ ପଢନ୍ତୁ...
କଟକରୁ ସେକ୍ସ ରାକେଟ ଠାବ, 3 ଗିରଫ
ଚଢ଼ାଉ ବେଳେ ବହୁ ଆପତ୍ତି ଜନକ ସାମଗ୍ରୀ ଜବତ କରାଯାଇଛି । ତେବେ ଦୀର୍ଘଦିନ ଧରି ଦେହ ବ୍ୟବସାୟ ଚଳାଇ ଆସୁଥିବା ମିଟୁଆ ପୂର୍ବରୁ ମଧ୍ୟ ଗିରଫ ହୋଇଥିଲା । ତେବେ ମଙ୍ଗଳାବାଗ ଥାନା ନକଟରେ ଏଭଳି ଦେହ ବ୍ୟବସାୟ ଚାଲିଥିବା ବେଳେ କିଭଳି ପୋଲିସ ଟେର ପାଇପାରି ନଥିଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ