ଓଡିଶା

odisha

ETV Bharat / city

ନକଲି ମେଡିସିନ କାରବାରରେ 3 ଗିରଫ - ଏସଟିଏଫ ଚଢାଉ

ନକଲି ମେଡିସିନ କାରବାରରେ 3 ଗିରଫ
ନକଲି ମେଡିସିନ କାରବାରରେ 3 ଗିରଫ

By

Published : Jun 23, 2021, 2:18 PM IST

Updated : Jun 23, 2021, 5:14 PM IST

14:13 June 23

କଟକ STF ର ଚଢାଉ, ନକଲି ମେଡିସିନ ଜବତ

କଟକ: ନକଲି କୋଭିଡ ମେଡିସନ ବିକ୍ରି ପ୍ରସଙ୍ଗ । ମୁମ୍ବାଇରେ ପହଁଞ୍ଚିଲା ଏସଟିଏଫ ଟିମ୍ । ମେଡିଲଏଡ଼ ମେଡିକମେଣ୍ଟ ପ୍ରାଇଭେଟ ଲିମିଟେଡର ଡାଇରେକ୍ଟର ସମେତ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ।

ମ୍ୟାକ୍ସ ରିଲିଫ ହେଲ୍ଥ କେୟାର ନାମକ ଏକ ମେଡିସନ କମ୍ପାନୀ ଫେବିମ୍ୟାକ୍ସ ନାମକ ମେଡିସିନ ତିଆରି କରି ବିକ୍ରି କରୁଥିଲା। ଏହାପରେ ଓଡିଶାର ମେଡିଲଏଡ଼ ମେଡିକମେଣ୍ଟ ନାମକ ଏକ କମ୍ପାନୀ ଏହି ମ୍ୟାକ୍ସ କମ୍ପାନୀ ସହିତ କରିଥିଲା ଚୁକ୍ତି ।  

ଫେବିମ୍ୟାକ୍ସକୁ ଓଡିଶାରେ ବିକ୍ରି କରିବା ପାଇଁ ଉକ୍ତ କମ୍ପାନୀ ସହଯୋଗରେ ଆରମ୍ଭ ହୋଇଥିଲା ବ୍ୟବସାୟ ।  ୧୦ଟି ଟାବଲେଟ ଥିବା ଫାଇଲ ପିଛା ୬୫ ଟଙ୍କାରେ କିଣି ୧୨୯୦ ଟଙ୍କାରେ ଓଡିଶା ବଜାରରେ ବିକ୍ରି ପାଇଁ ହୋଇଥିଲା ପ୍ଲାନ। ଯାହାକୁ ନେଇ ମେଡିଲଏଡ଼ ମେଡିକମେଣ୍ଟ ପ୍ରାଇଭେଟ ଲିମିଟେଡର ଡାଇରେକ୍ଟର ସମେତ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ।

ଏହି କମ୍ପାନୀ ବ୍ୟାଙ୍କ ଆକାଉଣ୍ଟରୁ 50 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମଧ୍ୟ ଜବତ କରାଯାଇଛି । ଏଥିସହ ହିମାଚଳ ପ୍ରଦେଶର ସୋଲାନରେ ଚାଲୁଥିବା ଦୋ ନମ୍ବରି ମାକ୍ସ ରିଲିଫ ହେଲ୍ଥ କମ୍ପାନୀ ନକଲି ଦୁଇ ନମ୍ବରି କମ୍ପାନୀ ଚଳାଉଥିବା ଦୁଇ ଅଭିଯୁକ୍ତଙ୍କୁ ମାସେ ତଳେ ମୁମ୍ବାଇ ପୋଲିସ ଗିରଫ କରିଥିଲା।

ସେମାନଙ୍କୁ ଓଡିଶାରୁ ଯାଇଥିବା ଏସଟିଏଫ ଟିମ ପଚରା ଉଚରା କରୁଛି। ଏହା ପଛରେ ଆଉ କଣ ଲିଙ୍କ ରହିଛି । କିପରି ଫଭିମାକ୍ସ ୨୦୦ ଓ ଫାଭିମାକ୍ସ ୪୦୦ ନାଁରେ ଦୁଇଟି ନକଲି କୋରୋନା ଔଷଧ ବିକିବାକୁ ଯୋଜନା ଚାଲିଥିଲା। ଏହାର  ଲିଙ୍କ ଓଡିଶା ସମେତ ମହାରାଷ୍ଟ୍ର ଏବଂ ପଶ୍ଚିବଙ୍ଗରେ ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ଏସଟିଏଫର ଟିମ ଛାନଭିନ ଜାରି ରଖିଛି।

କଟକରୁ ନାରାୟଣ ସାହୁ ଓ ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jun 23, 2021, 5:14 PM IST

ABOUT THE AUTHOR

...view details