ଓଡିଶା

odisha

ETV Bharat / city

ପେଟ୍ରୋଲ ପମ୍ପ ବିସ୍ଫୋରଣ; 2 ଗୁରୁତର, ଚାଲିଛି ଚିକିତ୍ସା - 2 ଜଣଙ୍କ ଅବସ୍ଥା ଗୁରୁତର

ରାଜଭବନ ନିକଟରେ ହୋଇଥିବା ପେଟ୍ରୋଲ ପମ୍ପ ବିସ୍ଫୋରଣ ପରେ ଏସିବିରେ ଭର୍ତ୍ତି ହୋଇଛନ୍ତି 2 ଜଣ ଗୁରୁତର । ଦୁଇ ଜଣଙ୍କ ଶରୀରରେ ଅନେକ ଅଂଶ ପୋଡି ଯାଇଥିବା ସୂଚନା ଦେଲେ ବିଭାଗୀୟ ଡାକ୍ତର । ଅଧିକ ପଢନ୍ତୁ...

ପେଟ୍ରୋଲ ପମ୍ପ ବିସ୍ଫୋରଣ; 2 ଜଣଙ୍କ ଅବସ୍ଥା ଗୁରୁତର,ଚାଲିଛି ଚିକିତ୍ସା
ପେଟ୍ରୋଲ ପମ୍ପ ବିସ୍ଫୋରଣ; 2 ଜଣଙ୍କ ଅବସ୍ଥା ଗୁରୁତର,ଚାଲିଛି ଚିକିତ୍ସା

By

Published : Oct 7, 2020, 5:30 PM IST

Updated : Oct 7, 2020, 5:51 PM IST

କଟକ: ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ପରେ ଏସିବିରେ ଭର୍ତ୍ତି ହୋଇଛନ୍ତି 2 ଜଣ ଗୁରୁତର । ଜଣଙ୍କ ଶରୀର 60 ପ୍ରତିଶତ ପୋଡି ଯାଇଥିଲା ବେଳେ ଅନ୍ୟ ଜଣଙ୍କ 40 ପ୍ରତିଶତ ପୋଡିଛି । ତେବେ ଦୁଇ ଜଣଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ଏହାଛଡା ବିସ୍ଫୋରଣରେ ଜଣଙ୍କର ଗୋଟିଏ ଆଖି ନଷ୍ଟ ହୋଇଥିବା ସୂଚନା ଦେଲେ ବର୍ଣ୍ଣ ଓ ପ୍ଲାଷ୍ଟିକ ବିଭାଗର ବରିଷ୍ଠ ଡକ୍ଟର ବିଭୂତି ଭୂଷଣ ନାୟକ ।

ପେଟ୍ରୋଲ ପମ୍ପ ବିସ୍ଫୋରଣ; 2 ଜଣଙ୍କ ଅବସ୍ଥା ଗୁରୁତର,ଚାଲିଛି ଚିକିତ୍ସା
ତେବେ ସବୁ ବିଭାଗର ଡାକ୍ତର ଉପସ୍ଥିତ ରହିଛନ୍ତି । ଏମିତିକି ପ୍ରାରମ୍ଭିକ ଚିକିତ୍ସା ଜାରି ରହିଛି । ଏହି ଦୁଇ ଜଣଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି । ସିଟି ସ୍କାନ ପରେ ସବୁ କିଛି ଜଣା ପଡିବ ବୋଲି କହିଛନ୍ତି ପ୍ଲାଷ୍ଟିକ ସର୍ଜରୀ ବିଭାଗର ବରିଷ୍ଠ ଡାକ୍ତର ବିଭୂତି ଭୂଷଣ ନାୟକ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ
Last Updated : Oct 7, 2020, 5:51 PM IST

ABOUT THE AUTHOR

...view details