ଓଡିଶା

odisha

ETV Bharat / city

17ତମ ନାଲକୋ କପ: ସାଇ ସୁନ୍ଦରଗଡ ପୁଣି ଚମ୍ପିଆନ - 17ତମ ରାଜ୍ୟ ହକି ଚମ୍ପିୟାନସିପ୍‌ ନାଲକୋ କପ

ସାଇ ସୁନ୍ଦରଗଡ ପୁଣି ଚମ୍ପିଆନ । 17ତମ ରାଜ୍ୟ ହକି ଚମ୍ପିଆନସିପ୍‌ ନାଲକୋ କପ ଫାଇନାଲ ମୁକାବିଲାରେ ରେଳବାଇ ଦଳକୁ 1-0 ଗୋଲରେ ହରାଇ ଚମ୍ପିଆନ ହୋଇଛି ସାଇ ସୁନ୍ଦରଗଡ ଟିମ୍‌ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Sep 20, 2019, 8:16 AM IST

Updated : Sep 20, 2019, 5:04 PM IST

କଟକ: ସାଇ ସୁନ୍ଦରଗଡ ପୁଣି ଚମ୍ପିଆନ । 17ତମ ରାଜ୍ୟ ହକି ଚମ୍ପିଆନସିପ୍‌ ନାଲକୋ କପ ଫାଇନାଲ ମୁକାବିଲାରେ ରେଳବାଇ ଦଳକୁ 1-0 ଗୋଲରେ ହରାଇ ଚମ୍ପିଆନ ହୋଇଛି ସାଇ ସୁନ୍ଦରଗଡ ଟିମ୍‌ । ଏହି ବିଜୟ ସହ କ୍ରମାଗତ ଦୁଇ ଥର ଟାଇଟଲ ମୁକୁଟ ପିନ୍ଧିଛି ସାଇ ସୁନ୍ଦରଗଡ ଦଳ ।

ଅମିତ ରୋସନ ଲାକ୍ରା ସାଇ ସୁନ୍ଦରଗଡ ଦଳ ବିଜୟ ଭେଟି ଦେଇଥିଲେ । ବିପକ୍ଷ ଦଳକୁ 43 ମିନିଟରେ ଏକ ଚମତ୍କାର ଗୋଲ ଦେଇ ସେ ମ୍ୟାଚକୁ ସାଇ ସୁନ୍ଦରଗଡ ଦଳ କବଜାକୁ ଆଣିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ପ୍ରାଥମାର୍ଦ୍ଧରୁ ହିଁ ଉଭୟ ଦଳ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ, କିନ୍ତୁ 43 ମିନିଟରେ ସାଇ ସୁନ୍ଦରଗଡ ଦଳ ପକ୍ଷରୁ ଅମିତ ବିପକ୍ଷ ଦଳକୁ ଏକ ଚିତାକର୍ଷକ ଗୋଲ ଦେଇଥିଲେ । ଯାହା ଫଳରେ 1-0 ରେ ଆଗୁଆ ହୋଇଥିଲା ଦଳ । ତେବେ ଏହି ସ୍କୋର ଶେଷ ପର୍ଯ୍ୟନ୍ତ ରହିବାରୁ ରେଳବାଇ ଦଳ ପରାଜୟର ସାମ୍ନା କରିଥିଲା ।

ଚମ୍ପିଆନସିପ୍‌ରେ 22 ଟି ଦଳରୁ 400ରୁ ଊର୍ଦ୍ଧ୍ବ ଖେଳାଳି ଭାଗ ନେଇଥିଲେ । ତେବେ ଏହି ପ୍ରତିଯୋଗିତା ଚଳିତ ମାସ 14 ତାରିଖରୁ ଆରମ୍ଭ ହୋଇ 19 ତାରିଖରେ ସମାପ୍ତ ହୋଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Sep 20, 2019, 5:04 PM IST

ABOUT THE AUTHOR

...view details