କଟକ: ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଶନିବାର କଟକରେ 15 ପଜିଟିଭ ମାମଲା ସାମ୍ନାକୁ ଆସିଛି । ଯେଉଁଥିରୁ ସିଏମସି ଅଧିନରେ ଜଣେ ମହିଳା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ଆକ୍ରାନ୍ତ ମହିଳା ମୁମ୍ବାଇରୁ ଫେରିଥିବା ନେଇ ସ୍ପଷ୍ଟ କରିଛି ସିଏମସି ।
କଟକରେ 15 ନୂଆ ମାମଲା, ସିଏମସିରେ ଜଣେ ଚିହ୍ନଟ - କଟକ ଲାଟେଷ୍ଟ ନ୍ୟୁଜ୍
ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଶନିବାର କଟକରେ 15 ପଜିଟିଭ ମାମଲା ସାମ୍ନାକୁ ଆସିଛି । ଯେଉଁଥିରୁ ସିଏମସି ଅଧିନରେ ଜଣେ ମହିଳା ପଜିଟିଭ ଚିହ୍ନଟ ହୋଇଛନ୍ତି ।

କଟକରେ 15 ନୂଆ ମାମଲା, ସିଏମସିରେ ଜଣେ ଚିହ୍ନଟ
ମୁମ୍ବାଇରୁ ଫେରି ମହିଳା ଜଣଙ୍କ ହୋମ କ୍ବାରେଣ୍ଟାଇନରେ ରହିଥିଲେ । ହେଲେ ସ୍ବାବ ନମୂନାର ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହାକୁ ମିଶାଇ ସିଏମସିରେ ବର୍ତ୍ତମାନ ସୁଦ୍ଧା 26ଟି ପଜିଟିଭ ମାମଲା ଚିହ୍ନଟ ହୋଇସାରିଛି । ଯେଉଁଥିରୁ ମୋଟ 18 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, 8ଟି ମାମଲା ଏବେ ବି ସକ୍ରିୟ ରହିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ