ଓଡିଶା

odisha

ETV Bharat / city

ସିଲଭର ସିଟିରେ 144 ଧାରା ଲାଗୁ, ନିୟମ ଉଲ୍ଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ - କଟକରେ 144 ଧାରା

ଜିରୋ ନାଇଟ୍ ସେଲିବ୍ରେସନ ପାଇଁ କଟକରେ ଲାଗୁ ହେଲା 144 ଧାରା । ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ...

ନାଇଟ କର୍ଫ୍ୟୁରେ ହେବ ଜୋରଦାର କାର୍ଯ୍ୟାନୁଷ୍ଠାନ: ଡିସିପି
ନାଇଟ କର୍ଫ୍ୟୁରେ ହେବ ଜୋରଦାର କାର୍ଯ୍ୟାନୁଷ୍ଠାନ: ଡିସିପି

By

Published : Dec 31, 2020, 6:27 PM IST

Updated : Dec 31, 2020, 7:37 PM IST

କଟକ: ଏଥର ନୂଆବର୍ଷରେ ଜିରୋ ନାଇଟ୍ ସେଲିବ୍ରେସନ କରିପାରିବେ ନାହିଁ କଟକବାସୀ । ରାଜ୍ୟସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କୋରୋନାକୁ ଦୃଷ୍ଟିରେ ରଖି ଜିରୋ ନାଇଟ ସେଲିବ୍ରେସନକୁ ବାରଣ କରାଯାଇଛି । ଏହି ପରିପ୍ରେକ୍ଷୀରେ କଟକରେ 144 ଧାରା ଜାରି ।

ସିଲଭର ସିଟିରେ 144 ଧାରା ଲାଗୁ, ନିୟମ ଉଲ୍ଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ

ଆଜି(ଗୁରୁବାର) ରାତି 10ରୁ ଶୁକ୍ରବାର ସକାଳ 5ଟା ପର୍ଯ୍ୟନ୍ତ 144 ଧାରା ଜାରି କରାଯାଇଛି । କୌଣସି ବ୍ୟକ୍ତିଙ୍କୁ ବିନା କାରଣରେ ବାହାରକୁ ନ ଆସିବା ପାଇଁ ପରାମର୍ଶ ଦିଆଯାଇଛି । ଯଦି କେହି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି । ନାଇଟ କର୍ଫ୍ୟୁରୁ ରହିବ ଜିରୋ ଟଲରାନ୍ସ । ଯଦି କୌଣସି ବ୍ୟକ୍ତିଙ୍କର ଅତ୍ୟାବଶ୍ୟକ କାମ ଥାଏ ତେବେ ସେ ପୋଲିସର ପରାମର୍ଶ ନେଇପାରିବ ବୋଲି କହିଛନ୍ତି ଡିସିପି ।


ଅନ୍ୟପଟେ ଡିସେମ୍ବର 31 ଏବଂ ଜାନୁଆରୀ 1 ତାରିଖରେ କର୍ଫ୍ୟୁ ଜାରି ରହିବ । ଯେଉଁଟି ବି ଜିରୋ ନାଇଟ ହେବାର ସମ୍ଭାବନା ରହିବ ସେହି ସ୍ଥାନରେ ଅତର୍କିତ ଚଢ଼ାଉ କରାଯିବ ବୋଲି ସିଏମସି ଯୁଗ୍ମ କମିଶନର ମନୋରଞ୍ଜନ ମହାପାତ୍ର କହିଛନ୍ତି ।



କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Dec 31, 2020, 7:37 PM IST

ABOUT THE AUTHOR

...view details