ଓଡିଶା

odisha

ETV Bharat / city

ବିଛଣାରେ ବିତୁଛି ନାବାଳିକାର ଜୀବନ, ଜୀଇଁବା ପାଇଁ ନେହୁରା ହେଉଛି ନେହା - ନେହା ସାହୁ

କୁହାଯାଏ ଦୁଃଖ ଯେତେବେଳେ ଆସେ ଭାଇ-ଭଉଣୀଙ୍କୁ ସାଙ୍ଗରେ ନେଇ ଆସେ । ଦୁଃଖ ଆଗରେ ଅତିଶୟ ହୋଇପଡେ ଜୀବନ । ଏପରି ଅତିଶୟ ଜୀବନ ବିତାଉଛନ୍ତି ମାତ୍ର 13 ବର୍ଷର ଝିଅ ନେହା । ଅଧିକ ପଢନ୍ତୁ...

ରୋଗ ଉପରେ ଦାରିଦ୍ର୍ୟ ବେଡି, 13 ବର୍ଷରୁ ଶଯ୍ୟାଶାୟୀ ନେହା
ରୋଗ ଉପରେ ଦାରିଦ୍ର୍ୟ ବେଡି, 13 ବର୍ଷରୁ ଶଯ୍ୟାଶାୟୀ ନେହା

By

Published : Nov 5, 2021, 3:58 PM IST

କଟକ: କୁହାଯାଏ ଦୁଃଖ ଯେତେବେଳେ ଆସେ ଭାଇ-ଭଉଣୀଙ୍କୁ ସାଙ୍ଗରେ ନେଇ ଆସେ । ଦୁଃଖ ଆଗରେ ଅତିଶୟ ହୋଇପଡେ ଜୀବନ । ଏପରି ଅତିଶୟ ଜୀବନ ବିତାଉଛନ୍ତି ମାତ୍ର 13 ବର୍ଷର ଝିଅ ନେହା । ନାଁ କଥା କହୁଛନ୍ତି, ନା ଖାଇ ପାରୁଛନ୍ତି । ଯନ୍ତ୍ରଣାକୁ ମଧ୍ୟ ବଖାଣିବା ତାଙ୍କ ପାଇଁ କଷ୍ଟକର । ବିଛଣା ହିଁ ସଞ୍ଜ-ସକାଳ ପାଲଟିଛି ନେହାଙ୍କ ପାଇଁ ।

ବିଛଣାରେ ବିତୁଛି ନାବାଳିକାର ଜୀବନ, ଜୀଇଁବା ପାଇଁ ନେହୁରା ହେଉଛି ନେହା

ପୁରୀର ପ୍ରଭାତ ସାହୁ ଓ ସୁଜାତା ସାହୁଙ୍କ ଝିଅ ନେହା । ବର୍ତ୍ତମାନ ନେହାଙ୍କୁ 13 ବର୍ଷ ହେବ । ପିଲାଟି ବେଳୁ ପାଠସାଠ ସବୁଥିରେ ବେଶ୍ ଆଗ୍ରହୀ । ନେହାଙ୍କ ବାପା ପୁରୀରେ ପରିବା ଦୋକାନ କରିଛନ୍ତି । ସ୍ବଳ୍ପ ସମ୍ବଳରେ ବେଶ୍ ହସ ଖୁସିରେ ପରିବାର ବିତୁଥିଲା । ମାତ୍ର 10 ବର୍ଷରୁ ନେହାଙ୍କୁ ମଧୁମେୟ ହୁଏ । ଫଳରେ ସେ ସବୁବେଳେ ନାନା ରୋଗରେ ଆକ୍ରାନ୍ତ ହୁଅନ୍ତି । ଜୁଲାଇ ମାସରେ ତାଙ୍କୁ ହଠାତ୍ ବାନ୍ତି ହେବାରୁ ପୁରୀର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସୁବିଧା ନଥିବାରୁ ପୁରୀ ଡାକ୍ତର ତାଙ୍କୁ ଶିଶୁ ଭବନ ପଠାଇ ଦେଇଥିଲେ ।

ସେଠାରେ ହଠାତ୍ ନେହାଙ୍କ ଆଖିକୁ ଦେଖା ନ ଯିବା ସହ ତାଙ୍କର କିଡନୀ ସମସ୍ୟା ଥିବା ଡାକ୍ତର କହିଥିଲେ । ଏହାପରେ ତାଙ୍କୁ 3 ମାସ ଭେଣ୍ଟିଲେଟରେ ରଖି ଚିକିତ୍ସା କରାଯିବା ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ଏସସିବିରେ ନେହାଙ୍କ ଚିକିତ୍ସା ଜାରିରହିଛି । ନେହାଙ୍କ ମାଆ ତାଙ୍କୁ ନେଇ କଟକରେ ଏକ ଭଡାଘରେ ରଖି ଚିକିତ୍ସା କରାଉଛନ୍ତି । ଅନ୍ୟପଟେ ନେହାଙ୍କ ଚିକିତ୍ସାରେ ସବୁ ସମ୍ବଳ ସରିଯାଇଛି । ନେହାଙ୍କ ବାପା ପୁରୀରେ ଏକ ପରିବା ଦୋକାନ କରି ଗୁଜୁରାଣ ମେଣ୍ଟାଉ ଥିବାରୁ ଆର୍ଥିକ ସ୍ଥିତି ମଧ୍ୟ ଏତେଟା ଭଲ ନାହିଁ । ଏପରିକି ନେହାଙ୍କ ଜେଜେମା ମଧ୍ୟ ପାରାଲିସିସ୍ ରୋଗୀ । ଏପରି ସ୍ଥିତିରେ ଅର୍ଥ ହିଁ ଏକମାତ୍ର ସମସ୍ୟା ହୋଇଛି । ଝିଅର ଚିକିତ୍ସା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ନେହାଙ୍କ ମାଆ ।

ନେହାଙ୍କ ଏପରି ଅବସ୍ଥା ଦେଖି ବେଶ ମର୍ମାହତ ସ୍ଥାନୀୟ ବାସିନ୍ଦା । ମା' କଟକ ଚଣ୍ଡୀଙ୍କ ନିକଟରେ ମଧ୍ୟ ସ୍ଥାନୀୟ ବାସିନ୍ଦା ନେହାଙ୍କ ଚିକିତ୍ସା ପାଇଁ ଗୁହାରି କରିବା ସହ ସରକାରୀ ସହାୟତା ପାଇଁ ମଧ୍ୟ ନିବେଦନ କରିଛନ୍ତି ।


କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details