କଟକ: ସିଏମସି(CMC) ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଚତୁର୍ଥ ଦିନରେ ମୋଟ 12 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସର ପ୍ରାଥି ମାନେ କର୍ପୋରେଟର ପଦ ପାଇଁ ନିଜ ନିଜର ପ୍ରାଥି ପତ୍ର ଦାଖଲ କରିଥିବା ବେଳେ ମେୟର ପ୍ରାଥି ଭାବେ SUCIର ଜଣେ ପ୍ରାଥି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ଆଜି(ଶନିବାର) ନାମାଙ୍କନ କରିଥିବା କର୍ପୋରେଟର ପ୍ରାର୍ଥୀଙ୍କ ମଧ୍ୟରେ କଂଗ୍ରେସ ଦଳର ସର୍ବାଧିକ 4 ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେପିର ଦୁଇ ଜଣ ଓ ତିନି ଜଣ ସ୍ୱାଧୀନ ଏବଂ ଦୁଇ ଜଣ ବିଜେଡ଼ି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁତୁରା ସତ୍ୟରଞ୍ଜନ ତ୍ରିପାଠୀ 13 ନମ୍ବର ୱାର୍ଡ ପାଇଁ ପ୍ରାର୍ଥୀ ହୋଇଛନ୍ତି । ତେବେ ସମସ୍ତ ବିରୋଧୀ ଦଳର ପ୍ରାର୍ଥୀମାନେ ଶାସକ ଦଳର କଟକ ସହର ପ୍ରତି ଅବହେଳାକୁ ମୁର୍ଦ୍ଦା କରିଥିବା ବେଳେ ବିଜେଡ଼ିର ପ୍ରାଥି ସହରରେ ହୋଇ ଥିବା ସତ୍ୟରଞ୍ଜନ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ ପ୍ରସଙ୍ଗ କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ଥିବା କହିଛନ୍ତି।
ଏହାବି ପଢନ୍ତୁ :Municipal Poll: ଭୁବନେଶ୍ବର BJP ମେୟର ପ୍ରାର୍ଥୀ ହେଲେ ସୁନୀତି ମୁଣ୍ଡ