ଓଡିଶା

odisha

ETV Bharat / city

‘ପରୀକ୍ଷା ଦେଇ 80 ପ୍ରତିଶତ ରଖିବି ମାର୍କ’ - ସରସ୍ବତୀ ଶିଶୁ ମନ୍ଦିରର ଛାତ୍ର

ଦଶମ ବୋର୍ଡ ପରୀକ୍ଷା ପାଇଁ ମିଳିଥିବା ମାର୍କରେ ଅସନ୍ତୁଷ୍ଟ ଥିବା କଟକର ଜଣେ ଛାତ୍ର ପୁଣି ଥରେ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି । ଏହାସହ 80 ପ୍ରତିଶତ ମାର୍କ ରଖିବେ ବୋଲି ରଖିଛନ୍ତି ଦୃଢ଼ୋକ୍ତି । ଅଧିକ ପଢ଼ନ୍ତୁ...

10th standard student of cuttack, saraswati sishu madir school, form fillup to give board exam, 10th board exam,  ଦଶମ ବୋର୍ଡ ପରୀକ୍ଷା, ଦଶମ ଶ୍ରେଣୀ ଛାତ୍ର, ସରସ୍ବତୀ ଶିଶୁ ମନ୍ଦିରର ଛାତ୍ର, କଟକ ଛାତ୍ର
‘ପରୀକ୍ଷା ଦେଇ 80 ପ୍ରତିଶତ ରଖିବି ମାର୍କ’

By

Published : Jul 5, 2021, 10:34 PM IST

କଟକ: ସୋମବାର ଠାରୁ ଆରମ୍ଭ ହୋଇଛି ଅଫଲାଇନ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ପ୍ରକ୍ରିୟା। ତେବେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ ପରୀକ୍ଷା ସୁଯୋଗ ରହିଥିବାବେଳେ ପ୍ରାୟ ଛାତ୍ରଛାତ୍ରୀ ଏଥିପ୍ରତି ଆଗ୍ରହ ଦେଖାଉ ନଥିବା ଜଣାପଡିଛି। କଟକରେ ଜଣେ ମାତ୍ର ଛାତ୍ର ଅଫଲାଇନ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବା ସ୍ପଷ୍ଟ ହୋଇଛି ।

‘ପରୀକ୍ଷା ଦେଇ 80 ପ୍ରତିଶତ ରଖିବି ମାର୍କ’

ଛାତ୍ର ଜଣକ ହେଉଛନ୍ତି ତପନ ସାହୁ। ସେ କଟକ କଲେଜଛକ ସରସ୍ବତୀ ଶିଶୁ ମନ୍ଦିରର ଛାତ୍ର। ସେ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ବୋର୍ଡ ତାଙ୍କୁ 48 ପ୍ରତିଶତ ମାର୍କ ଦେଇଥିଲା। ଯାହାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ଏପରିକି ଅନେକ ମାନସିକ ଚାପରେ ରହୁଥିଲେ।

ତେବେ ଅଫଲାଇନ ପରୀକ୍ଷା ଦେବାପାଇଁ ବୋର୍ଡ ସୁଯୋଗ ଦେବାରୁ ସେ ପୁନର୍ବାର ପରୀକ୍ଷା ଦେବେ। ଏଥିପାଇଁ ସେ ପ୍ରସ୍ତୁତ ହେଉଥିବା କହିଛନ୍ତି। ସେ 80 ପ୍ରତିଶତରୁ ଅଧିକ ମାର୍କ ରଖିବେ ବୋଲି କହିଛନ୍ତି। ଅନ୍ୟପଟେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ 14 ତାରିଖ ମଧ୍ୟରେ ଫର୍ମ ପୂରଣ କରି ପରୀକ୍ଷା ଦେଇପାରିବେ ବୋଲି କଲେଜ ଛକ ଶିଶୁମନ୍ଦିର ପ୍ରଧାନ ଶିକ୍ଷକ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details