କଟକ: ଶନିବାର ଲକ ଡାଉନର ଚତୁର୍ଥ ଦିନ । ବନ୍ଦକୁ ଖାତିର ନକରି ବାହାରେ ବୁଲୁଛନ୍ତି ଲୋକେ । ସେପଟେ ଆଇନକୁ ଖିଲାପ କରି ତଣ୍ଡ ଭରିଲେ ଅନେକ ଗାଡି ଚାଳକ । କଟକ ଚାଉଳିଆଗଞ୍ଜ ପୋଲିସ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ 1 ଲକ୍ଷ 41 ହଜାର ଟଙ୍କା ଆଦାୟ କରିଛି । ଏହାସହ 147ଟି ବାଇକକୁ ମଧ୍ୟ ଜବତ କରିଛି ଥାନା ପୋଲିସ ।
ଲକ ଡାଉନ ଉଲ୍ଲଙ୍ଘନ: ଲକ୍ଷେ 41 ହଜାର ଆଦାୟ କଲା ଚାଉଳିଆଗଞ୍ଜ ପୋଲିସ - କୋରୋନା ଭାଇରସ
ଲକଡାଉନ ନିୟମକୁ ଭାଙ୍ଗି ତଣ୍ଡ ଭରିଲେ ଗାଡି ଚାଳକ । ଅମାନିଆ ଗାଡି ଚାଳକଙ୍କ ଠାରୁ 1 ଲକ୍ଷ 41 ହଜାର ଟଙ୍କା ଆଦାୟ କଲା ଚାଉଳିଆଗଞ୍ଜ ପୋଲିସ । ଅଧିକ ପଢନ୍ତୁ...

ଲକ ଡାଉନ ଉଲ୍ଲଙ୍ଘନ: ଲକ୍ଷେ 41 ହଜାର ଆଦାୟ କଲା ଚାଉଳିଆଗଞ୍ଜ ପୋଲିସ
ଓଏମ୍ପ ଛକରୁ 70, ନୂଆ ବଜାରରୁ 60 ଓ ଅନ୍ୟାନ୍ୟ ଛକ ନିକଟରୁ 17ଟି ବାଇକ ଜବତ କରିଛି ପୋଲିସ । ସେପଟେ ବାରମ୍ବାର ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦେଉଛନ୍ତି ପୋଲିସ କର୍ମଚାରୀ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ