ଓଡିଶା

odisha

ETV Bharat / city

ଜିରୋ ଗାର୍ବେଜ ସିଟି ଲକ୍ଷ୍ୟରେ ଅଗ୍ରସର ସ୍ମାର୍ଟସିଟି - ଏମଆରଏଫ

ସ୍ମାର୍ଟସିଟିକୁ ଅଳିଆ ମୁକ୍ତ ସହର କରିବା ଲକ୍ଷ୍ୟରେ ଆଗେଇ ଚାଲିଛି BMC । ସୁନ୍ଦରପଦା ରେଲଓ୍ବେ ଓଭର ବ୍ରିଜ ତଳେ ଦୁଇଟି ଏମସିସି ଏବଂ ଗୋଟିଏ ଏମଆରଏଫ ଲୋକାର୍ପିତ । ଅଧିକ ପଢନ୍ତୁ...

Zero Garbage City is the leading smart city by bmc
ଜିରୋ ଗାର୍ବେଜ ସିଟି ଲକ୍ଷରେ ଅଗ୍ରସର ସ୍ମାର୍ଟସିଟି

By

Published : Jul 9, 2021, 7:41 AM IST

ଭୁବନେଶ୍ବର:ସ୍ମାର୍ଟସିଟିକୁ ଅଳିଆ ମୁକ୍ତ ସହର କରିବା ଲକ୍ଷ୍ୟରେ ଆଗେଇ ଚାଲିଛି ବିଏମସି । ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ବ ଦେଇ ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର କାର୍ଯ୍ୟକ୍ଷମ କରାଯାଉଛି । ଶୁଖିଲା ଓ ଓଦା ବର୍ଜ୍ୟବସ୍ତୁକୁ ସରଳିକରଣ କରାଯାଇ ଖତ ଉତ୍ପାଦନ କରାଯାଉଛି।

ଜିରୋ ଗାର୍ବେଜ ସିଟି ଲକ୍ଷରେ ଅଗ୍ରସର ସ୍ମାର୍ଟସିଟି

ତେବେ ଗୁରୁବାର ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୁନ୍ଦରପଦା ରେଲଓ୍ବେ ଓଭର ବ୍ରିଜ ତଳେ ଦୁଇଟି ଏମସିସି ଏବଂ ଗୋଟିଏ ଏମଆରଏଫ ଲୋକାର୍ପିତ ହୋଇଯାଇଛି । ଭୁବନେଶ୍ବର ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଏହି ସେଣ୍ଟର ଗୁଡିକ ଲୋକାର୍ପଣ କରିଥିଲେ। ଏହି ଅବସରରେ ସଫେଇ ଗାଡି ଗଡ଼ିଛି । ଏହାକୁ ' ମୁଁ ସଫାଇବାଲା' ଅଭିଯାନରେ ଅନ୍ତର୍ଭୁକ୍ତ କରାଯାଇଛି । ଭୁବନେଶ୍ବରରେ ଏପର୍ଯ୍ୟନ୍ତ ମୋଟ ୧୮ଟି ଏମସିସି ଏବଂ ୨ଟି ଏମଆରଏଫ ଉଦଘାଟନ ହୋଇସାରିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details