ଓଡିଶା

odisha

ETV Bharat / city

ପୁଣି You tube ରେ ଚାଲିବ ପାଠପଢା - ପୁଣି ୟୁଟ୍ୟୁବରେ ହେବ ପାଠପଢା

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ପୁନଃ ୟୁଟ୍ୟୁବରେ ପାଠାପଢା ଚାଲିବ । ଆସନ୍ତା 27 ତାରିଖଠାରୁ ଛାତ୍ରଛାତ୍ରୀ ପୂର୍ବଭଳି ୟୁଟ୍ୟୁବରେ ପାଠ ପଢିବେ । ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ନିୟମିତ ଭାବେ କ୍ଳାସ ହେବ । ଅଧିକ ପଢନ୍ତୁ

ପୁଣି You tube ରେ ଚାଲିବ  ପାଠପଢା
ପୁଣି You tube ରେ ଚାଲିବ ପାଠପଢା

By

Published : Jan 22, 2022, 9:07 PM IST

ଭୁବନେଶ୍ବର:ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ପୁନଃ ୟୁଟ୍ୟୁବରେ ପାଠାପଢା ଚାଲିବ । ଆସନ୍ତା 27 ତାରିଖଠାରୁ ଛାତ୍ରଛାତ୍ରୀ ପୂର୍ବଭଳି ୟୁଟ୍ୟୁବରେ ପାଠ ପଢିବେ। ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ନିୟମିତ ଭାବେ କ୍ଳାସ ହେବ ।

ପୁଣି You tube ରେ ଚାଲିବ ପାଠପଢା

ଏନେଇ ସମସ୍ତ ଜିଲ୍ଲାର ଡିଇଓଙ୍କୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଜାନୁଆରି 27 ତାରିଖରୁ ଫେବ୍ରୁଆରି 11 ତାରିଖ ପର୍ଯ୍ୟନ୍ତ କ୍ଳାସର ତଥ୍ୟ ଦିଆଯିବ। ପ୍ରତି ୟୁଟ୍ୟୁବ ଲାଇଭ ଷ୍ଟ୍ରିମିଂ କ୍ଲାସର ଲିଙ୍କ ପୂର୍ବଦିନ ଛାତ୍ରଛାତ୍ରୀଙ୍କ ନିକଟକୁ ପଠାଯିବ । ଏହି ଲିଙ୍କ ହ୍ବାଟସପ ଗ୍ରୁପ ମାଧ୍ୟମରେ ସେୟାର କରାଯିବ। 4ର୍ଥ ଶ୍ରେଣୀ ରୁ 8ମ ଶ୍ରେଣୀ ପର୍ଯ୍ୟନ୍ତ ୟୁଟ୍ୟୁବ କ୍ଲାସ ପାଇଁ ପୂର୍ବରୁ ସ୍ଥିର ହୋଇଥିବା 15 ଟି ଜିଲ୍ଲାର ଶିକ୍ଷକ ଶିକ୍ଷାଦାନ କରିବେ ।

ପୁଣି You tube ରେ ଚାଲିବ ପାଠପଢା

ନିଷ୍ପତ୍ତି ଅନୁସାରେ ରାଜ୍ୟରେ 15 ଟି ଜିଲ୍ଲା ୟୁଟ୍ୟୁବ କ୍ଳାସର ଦାୟିତ୍ବ ନେଇଛନ୍ତି । ଓଡିଆ ବିଷୟ କେନ୍ଦ୍ରାପଡା ସୋନପୁର ଗଞ୍ଜାମ ଢେଙ୍କାନାଳ ଓ ବରଗଡ ଜିଲ୍ଲାର ଶିକ୍ଷକ ଶିକ୍ଷାଦାମ କରିବେ । ଗଣିତ ବିଷୟ ନୟାଗଡ, ସମ୍ବଲପୁର, କଳାହାଣ୍ଡି ମୟୂରଭଞ୍ଜ ଓ ସୁନ୍ଦରଗଡଜିଲ୍ଲାର ଶିକ୍ଷକ ଶିକ୍ଷାଦାନ କରିବେ । ଇଂରାଜୀ ବିଷୟରେ କୋରାପୁଟ ଗଞ୍ଜାମ ପୁରୀ ଢେଙ୍କାନାଳ ଓ ସୁନ୍ଦରଗଡ ଜିଲ୍ଲାକୁ ଦାୟିତ୍ବ ମିଳିଛି ।

ସେହିଭଳି ବିଜ୍ଞାନ ବିଷୟକୁ ପୁରୀ, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାକୁ ଦିଆଯାଇଛି। ପରିବେଶ ବିଜ୍ଞାନ ନୟାଗଡ ଓ ବଲାଙ୍ଗୀର ଜିଲ୍ଲା ପାଇଛନ୍ତି । ସାମାଜିକ ବିଜ୍ଞାନ ବିଷୟକୁ ବଲାଙ୍ଗୀର ଭଦ୍ରକ ଓ ପୁରୀ ଜିଲ୍ଲା ଶିକ୍ଷା ପଢାଇବେ । 4ର୍ଥ ଓ 5ମ ଶ୍ରେଣୀ ପାଇଁ 3 ଟି ପିରିୟଡ ସହ 4 ଟି ବିଷୟ ପାଠ ପଢାଯିବ। ଏହାବାଦ ଷଷ୍ଠ ଶ୍ରେଣୀ ରୁ 8 ମ ଶ୍ରେଣୀ ପର୍ଯ୍ୟନ୍ତ 3 ଟି କ୍ଳାସ କରାଯିବ । ଯେଉଁଥିରେ 5 ଟି ବିଷୟ ପାଠ ପଢାଯିବ। ପ୍ରଥମ କ୍ଲାସ ସକାଳ 9 ଟାରୁ 9 ଟା 30, ଦ୍ବିତୀୟ କ୍ଳାସ 9 ଟା 35 ରୁ 10 ଟା 05 ଏବଂ ତୃତୀୟ କ୍ଳାସ 10 ଟା10 ରୁ 10 ଟା 40 ପର୍ଯ୍ୟନ୍ତ ହେବ ।

ପ୍ରତି କ୍ଳାସର ସମୟ 30 ମିନିଟ ରଖାଯାଇଛି। ସେହିପରି ଭାବରେ ପ୍ରଥମ ରୁ ତୃତୀୟ ଶ୍ରେଣୀର ମଧ୍ୟ ପାଠପଢା ହେବ । ଦୈନିକ 30 ମିନିଟ ଚାଲିବ। ତୃତୀୟ ଲହର ଭୟରେ ଏବେ ଶିକ୍ଷାନୁଷ୍ଠାନ ବନ୍ଦ ହୋଇ ପୂର୍ବ ଭଳି ଅନଲାଇନ ପାଠପଢାକୁ ଫେରିଛି ଶିକ୍ଷାଦାନ। କିଛି ମାସ ପୂର୍ବରୁ ଘରୋଇ ଟେଲିକମ ସଂସ୍ଥା ଗୁଡିକ ଇଣ୍ଟରନେଟ ଡାଟା ବାଲାନ୍ସ ପ୍ରାୟ 20 ପ୍ରତିଶତରୁ ଅଧିକ ବୃଦ୍ଧି କରିଛନ୍ତି। କୋଭିଡ କାଳରେ ଆର୍ଥିକ ଅନଟନର ବୋଝ ଉପରେ ଏପରି ବ୍ୟୟ ବହୁଳ ଅନଲାଇନ ଶିକ୍ଷା ଅଭିଭାବକଙ୍କ ଆର୍ଥିକ ମେରୁଦଣ୍ଡରେ ନଳିତା ବିଡା ସାଜିଛି। ଫଳରେ କୋଭିଡ କଟଣା ମଧ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ଦାବି କରିଛନ୍ତି ଅଭିଭାବକ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details