ଓଡିଶା

odisha

ETV Bharat / city

3 ଘଣ୍ଟା ପରେ ବାଣୀବିହାର ଲାଇବ୍ରେରୀ ଛାତରୁ ଯୁବକ ଉଦ୍ଧାର - ବାଣୀବିହାର ପରିଜା ଲାଇବ୍ରେରୀ ଉପରେ ଥିବା ଯୁବକ ଉଦ୍ଧାର

ଦୀର୍ଘ ତିନି ଘଣ୍ଟା ପରେ ଉଦ୍ଧାର ପାଇଲେ ବାଣୀବିହାର ଲାଇବ୍ରେରୀ ଛାତରେ ଚଢିଥିବା ଯୁବକ । ଅଗ୍ନିଶମ ବିଭାଗର ପ୍ରୟାସରେ ବିପଦପୂର୍ଣ୍ଣ ସ୍ଥାନରୁ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଅଧିକ ଖବର ପଢନ୍ତୁ...

ବାଣୀବିହାର ପରିଜା ଲାଇବ୍ରେରୀ ଉପରେ ଯୁବକ, ଚାଲିଛି ଉଦ୍ଧାର

By

Published : Nov 22, 2019, 1:16 PM IST

Updated : Nov 22, 2019, 4:38 PM IST

ଭୁବନେଶ୍ବର: ଦୀର୍ଘ ତିନି ଘଣ୍ଟା ପରେ ଉଦ୍ଧାର ପାଇଲେ ବାଣୀବିହାର ଲାଇବ୍ରେରୀ ଛାତରେ ଚଢିଥିବା ଯୁବକ । ଅଗ୍ନିଶମ ବିଭାଗର ପ୍ରୟାସରେ ବିପଦପୂର୍ଣ୍ଣ ସ୍ଥାନରୁ ଯୁବକଙ୍କୁ ଉଦ୍ଧାର କରାଯାଇଛି । ସମ୍ପୃକ୍ତ ଯୁବକ ଜଣଙ୍କ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଞ୍ଚଳର ସୁବୋଧ ବାରିକ ବୋଲି ଜଣାପଡିଛି ।

ବାଣୀବିହାର ପରିଜା ଲାଇବ୍ରେରୀ ଉପରେ ଥିବା ଯୁବକ ଉଦ୍ଧାର

ତେବେ ଏହି ଉଦ୍ଧାର କାର୍ଯ୍ୟରେ 65 ଜଣ ଅଗ୍ନିଶମ ଅଧିକାରୀ ନିୟୋଜିତ ଥିଲେ । ଏକ ମାସ ଧରି ସମ୍ପୃକ୍ତ ଯୁବକ ଜଣକ ନୟାପଲ୍ଲୀ ଅଞ୍ଚଳରୁ ନିଖୋଜ ଥିଲେ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ପାଖାପାଖି 80 ଫୁଟ ଉଚ୍ଚର ବାଣୀବିହାର ପରିଜା ଲାଇବ୍ରେରୀ ଉପରେ ବିପଦପୂର୍ଣ୍ଣ ଅବସ୍ଥାରେ ଯୁବକ ଜଣଙ୍କ ଥିଲେ । ଖବର ପାଇ ଅଗ୍ନିଶମବାହିନୀ ଉଦ୍ଧାର ପ୍ରୟାସ ଜାରି ରଖିଥିଲେ ବି ସେ ଆତ୍ମହତ୍ୟାର ଧମକ ଦେଇ ଧରାଦେଉନଥିଲା । ତେବେ ପାଖାପାଖି 3 ଘଣ୍ଟାପରେ ଅଗ୍ନିଶମ କର୍ମଚାରୀ ବ୍ରୁଣ୍ଟୋ ହାଇ ବିଲଡି ରେସକ୍ୟୁ ମେସିନ ଜରିଆରେ ଯୁବକକୁ ଉଦ୍ଧାର କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Nov 22, 2019, 4:38 PM IST

ABOUT THE AUTHOR

...view details