ଭୁବନେଶ୍ବର: ଦୟା ବ୍ରିଜ କଡରେ ଅଘଟଣ । ପାଣି ସୁଅକୁ ଡେଇଁପଡିଲେ ଯୁବକ । ଏପରି ଘଟଣା ଦେଖିବାକୁ ମିଳିଛି ଧଉଳି ଛକ ନିକଟ ଦୟାନଦୀ ବ୍ରିଜ କଡରେ । ବନ୍ଯାପାଣି ଯୋଗୁଁ ନଈରେ ପ୍ରଖର ସୁଅ ଥିବାବେଳେ ଯୁବକ ଜଣକ ହଠାତ ଡେଇଁପଡିଥିଲେ । ଏନେଇ ପୋଲିସ କଣ୍ଟ୍ରୋଲରୁମକୁ ଖବର ଦିଆଯିବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ଦୟାବ୍ରିଜ ନିକଟରେ ଅଘଟଣ, ପାଣି ସୁଅକୁ ଡେଇଁପଡିଲେ ଯୁବକ - ଧଉଳି ଛକ ନିକଟ ଦୟାନଦୀ
ଦୟା ବ୍ରିଜ କଡରେ ଅଘଟଣ । ପାଣି ସୁଅକୁ ଡେଇଁପଡିଲେ ଯୁବକ । ଏପରି ଘଟଣା ଦେଖିବାକୁ ମିଳିଛି ଧଉଳି ଛକ ନିକଟ ଦୟାନଦୀ ବ୍ରିଜ କଡରେ । ଅଧିକ ପଢନ୍ତୁ...
![ଦୟାବ୍ରିଜ ନିକଟରେ ଅଘଟଣ, ପାଣି ସୁଅକୁ ଡେଇଁପଡିଲେ ଯୁବକ ଦୟାବ୍ରିଜ ନିକଟରେ ଅଘଟଣ, ପାଣି ସୁଅକୁ ଡେଇଁପଡିଲେ ଯୁବକ](https://etvbharatimages.akamaized.net/etvbharat/prod-images/768-512-8663295-324-8663295-1599126722992.jpg)
ଦୟାବ୍ରିଜ ନିକଟରେ ଅଘଟଣ, ପାଣି ସୁଅକୁ ଡେଇଁପଡିଲେ ଯୁବକ
କଳ୍ପନା ଦମକଳ କେନ୍ଦ୍ରରୁ ୨ ଟିମ ପାୱାର ବୋଟ ସହ ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି । ତେବେ କିଏ ଓ କେଉଁ କାରଣରୁ ପାଣିକି ଡେଇଁଛନ୍ତି, ସେନେଇ କୌଣସି ସୂଚନା ମିଳିନାହିଁ। ଏପରିକି ଡେଇଁପଡିଥିବା ଯୁବକର ପରିଚୟ ମିଳିପାରିନାହିଁ । ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ପାଣି ସୁଅ ଯୋଗୁ ଯୁବକ ଜଣକ ଦୂରକୁ ଭାସି ଯାଇଥିବା କଥା ସନ୍ଦେହ କରୁଛନ୍ତି ଉପସ୍ଥିତ କର୍ମଚାରୀ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ