ଭୁବନେଶ୍ବର: କୋରୋନାକୁ ନେଇ ଦେଶରେ ଜାରି ହୋଇଛି ଲକ୍ ଡାଉନ୍। ବିଶ୍ବରେ ବ୍ୟାପୁଥିବା କୋରୋନା ଭାଇରସର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି। ଲୋକମାନେ କିପରି ଘରୁ ନବାହାରିବେ ସେଥିପାଇଁ ସତର୍କ ଦୃଷ୍ଟି ଦିଆ ଯାଉଛି। ଆଉ ଏଥିପାଇଁ ପୋଲିସକର୍ମୀମାନେ ତୃଣମୂଳ ସ୍ତରରେ ବହୁତ ପରିଶ୍ରମ କରୁଥିବା ଦେଖିବାକୁ ମିଳୁଛି।
ଯୁବକଙ୍କ ବଦାନ୍ୟତା: ପୋଲିସ ଓ ମିଡିଆକର୍ମୀଙ୍କୁ ବାଣ୍ଟିଲେ ହାତ ଗ୍ଲୋବସ - କୋରୋନା ସୁରକ୍ଷା ନ୍ୟୁଜ
କୋରୋନାକୁ ନେଇ ସାରା ଦେଶରେ ଲକ୍ ଡାଉନ୍ । ତେବେ ଭାଇରସର ମୁକାବିଲା ପାଇଁ ପୋଲିସକର୍ମୀମାନେ ତୃଣମୂଳ ସ୍ତରରେ ବହୁତ ପରିଶ୍ରମ କରୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ଜଣେ ବ୍ୟବସାୟୀ ବୁଧବାର ଦିନ ପୋଲିସକର୍ମୀଙ୍କୁ କାର୍ଯ୍ୟରତକର୍ମୀଙ୍କୁ ଗ୍ଲୋବସ ପ୍ରଦାନ କରିଛନ୍ତି ।
ଯୁବକଙ୍କ ବଦାନ୍ୟତା:ପୋଲିସ ଓ ମିଡିଆକର୍ମୀଙ୍କୁ ବାଣ୍ଟିଲେ ହାତପିନ୍ଧା ଗ୍ଲୋବସ
ଯୁବକଙ୍କ ବଦାନ୍ୟତା:ପୋଲିସ ଓ ମିଡିଆକର୍ମୀଙ୍କୁ ବାଣ୍ଟିଲେ ହାତପିନ୍ଧା ଗ୍ଲୋବସ
ସରକାରଙ୍କ ପକ୍ଷରୁ ସମସ୍ତ ପୋଲିସକର୍ମୀଙ୍କୁ ସୁରକ୍ଷିତ ଭାବେ କାର୍ଯ୍ୟ କରିବାକୁ ସବୁ ସାମଗ୍ରୀ ପ୍ରଦାନ କରାଯାଇ ପାରୁ ନଥିବା ବେଳେ କେତେକ ବ୍ୟକ୍ତି ସ୍ବେଚ୍ଛାକୃତଭାବେ ଆଗକୁ ଆସିଛନ୍ତି। ଅଶୋକନଗରର ଜଣେ ବ୍ୟବସାୟୀ ବୁଧବାର ଦିନ ଏହି ଘଡି ସନ୍ଧି ମୁହୂର୍ତ୍ତରେ କିପରି ସୁରକ୍ଷିତ ରହି ସମାଜର ସୁରକ୍ଷା କରି ପାରିବେ ସେଥିପାଇଁ ଭୁବନେଶ୍ବରର ବିଭିନ୍ନ ଛକରେ କାର୍ଯ୍ୟରତକର୍ମୀଙ୍କୁ ଗ୍ଲୋବସ ପ୍ରଦାନ କରିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ