ଭୁବନେଶ୍ବର: 150ତମ ଗାନ୍ଧୀ ଜୟନ୍ତୀରେ ବିଭିନ୍ନ ସ୍ଥାନରେ ଚାଲିଛି ଭିନ୍ନ ଭିନ୍ନ ପ୍ରକାର ସଚେତନତା ମୂଳକ କାର୍ଯ୍ୟକ୍ରମ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗାନ୍ଧୀଙ୍କ ବାର୍ତ୍ତା ପ୍ରଦାନ କରାଯିବା ସହ ଶୋଭାଯାତ୍ରା କରାଯାଇଛି । ତେବେ ଏହି ଅବସରରେ ଯୁବପିଢିଙ୍କ ପକ୍ଷରୁ ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଖଣ୍ଡଗିରି ଏବଂ ଉଦୟଗିରିରେ ସଫେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ଖଣ୍ଡଗିରି ଏବଂ ଉଦୟଗିରିରେ ଯୁବପିଢିଙ୍କ ପକ୍ଷରୁ ସଫେଇ - Youths sanitation clean drive
ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳ ଖଣ୍ଡଗିରି ଓ ଉଦୟଗିରିରେ ଗାନ୍ଧୀଜୟନ୍ତୀ ଅବସରରେ ଯୁବପିଢିଙ୍କ ପକ୍ଷରୁ ସଫେଇ କରାଯାଇଛି ।
![ଖଣ୍ଡଗିରି ଏବଂ ଉଦୟଗିରିରେ ଯୁବପିଢିଙ୍କ ପକ୍ଷରୁ ସଫେଇ](https://etvbharatimages.akamaized.net/etvbharat/prod-images/768-512-4623594-thumbnail-3x2-clean.jpg)
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଓଡ଼ିଶାରେ ଖଣ୍ଡଗିରି, ଉଦୟଗିରି, ଧଉଳିଗିରି ଆଦି ସ୍ଥାନ କଳା ସ୍ଥାପତ୍ୟ ବିଦ୍ୟମାନ । ହେଲେ ଦିନକୁ ଦିନକୁ ଏହି ଐତିହ୍ୟ ତାର ସୁନ୍ଦରତା ହରାଇବାରେ ଲାଗିଛି । ଏହାର କାନ୍ଥ, ଗୁମ୍ପାରେ ଲୋକେ ନିଜର ନାଁ ଲେଖି ଏହାକୁ ନଷ୍ଟ କରିବାରେ ଲାଗିଛନ୍ତି। ଯାହା ଫଳରେ ଧୀରେ ଧୀରେ ଏହି ସ୍ଥାନକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ରାଜଧାନୀର ୟୁଥ ସେବା ନାମକ ଏକ ଅନୁଷ୍ଠାନ ପକ୍ଷରୁ ଏଠାରେ ସଫେଇ ଅଭିଯାନ କରାଯାଉଛି। ସେପଟେ ଯୁବକଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ