ଭୁବନେଶ୍ବର:ପେଟ୍ରୋଲ ପମ୍ପରୁ ପ୍ରଧାନମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ହୋଡିଙ୍ଗ ଭାଙ୍ଗିବ ଯୁବ କଂଗ୍ରେସ । ତେବେ ଅହେତୁକ ତୈଳ ଦର ବୃଦ୍ଧି ନେଇ ଦୀର୍ଘ ଦିନ ଧରି କଂଗ୍ରେସ ପକ୍ଷରୁ ବିରୋଧ ହେବା ପରେ କୌଣସି ଫଳ ନ ମିଳିବାରୁ ଯୁବ କଂଗ୍ରେସ ଏଭଳି କରିବ ବୋଲି ସୂଚନା ଦେଇଛି ।
ଅହେତୁକ ତୈଳ ଦର ବୃଦ୍ଧିକୁ କଂଗ୍ରେସ ବିରୋଧ କରିବା ପରେ ମଧ୍ୟ ସରକାର ଦାବି ଶୁଣିନାହାନ୍ତି । ପେଟ୍ରୋଲ, ଡିଜେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ମନ୍ତ୍ରୀମାନେ ଗଣମାଧ୍ୟମକୁ ହାସ୍ୟାସ୍ପଦ ବିବୃତି ଦେଉଛନ୍ତି । ତେଣୁ ପେଟ୍ରୋଲ ପମ୍ପଗୁଡିକରେ ପ୍ରଧାନମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ବଡ଼ ବଡ଼ ହୋର୍ଡିଂଗ୍ସକୁ ଭାଙ୍ଗିବ ଯୁବ କଂଗ୍ରେସ । ଆସନ୍ତାକାଲି ତଥା ବୁଧବାର ଠାରୁ ସାରା ରାଜ୍ୟରେ ପେଟ୍ରୋଲ ପମ୍ପଗୁଡିକରେ ଥିବା ପ୍ରଧାନମନ୍ତ୍ରୀ ଓ ପେଟ୍ରୋଲିୟମ ମନ୍ତ୍ରୀଙ୍କ ବିଜ୍ଞାପନ ହୋର୍ଡିଂଗକୁ ଯୁବ କଂଗ୍ରେସ ପକ୍ଷରୁ ଭଙ୍ଗା ଯିବା ନେଇ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ସଭାପତି ସ୍ମୃତି ରଂଜନ ଲେଙ୍କା ସୂଚନା ଦେଇଛନ୍ତି ।