ଭୁବନେଶ୍ବର: ବେକାରୀ ସମସ୍ୟା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିଲା ଯୁବ କଂଗ୍ରେସ। ଏହାକୁ ନେଇ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି । ବେରୋଜଗାରୀ ନେଇ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସକୁ ଜାତୀୟ ବେରୋଜଗାର ଦିବସ ଭାବରେ ପାଳନ କରିଥିଲା ଯୁବ କଂଗ୍ରେସ । ସରକାରୀ ତଥ୍ୟ ଅନୁଯାୟୀ 2କୋଟି ନିଯୁକ୍ତି ପାଇବା ବଦଳରେ ଅଗଷ୍ଟରେ 15 ଲକ୍ଷ, ଜୁଲାଇରେ 20 ଲକ୍ଷ ନିଯୁକ୍ତି ହରାଇଛନ୍ତି ଯୁବଗୋଷ୍ଠୀ । ଦେଶର ପୁଞ୍ଜି ଯୁବପୀଢ଼ିଙ୍କ ନିଯୁକ୍ତି ସୃଷ୍ଟିରେ ବିନିଯୋଗ ହୋଇ ପାରୁନାହିଁ ବୋଲି ଅଭିଯୋଗ କରିଛି କଂଗ୍ରେସ ।
ଦେଶରେ କୋଭିଡ୍ ସଂକ୍ରମଣ ବେଳେ 67 ପ୍ରତିଶତ ଚାକିରି ହରାଇଛନ୍ତି । ପଛୁଆ ବର୍ଗଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ରହିଛି । ବିଭିନ୍ନ ବିଭାଗରେ ଅନୂସୂଚିତ ଜାତି ଓ ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ଥିବା ପଦବୀ ଖାଲି ପଡ଼ିଛି । ହେଲେ ଖାଲି ଜାତିଗତ ରାଜନୀତି କରୁଛନ୍ତି ମୋଦି। ଫଳରେ ଯୁବପିଢ଼ି ପଥଭ୍ରଷ୍ଟ ହେଉଥିବା ଅଭିଯୋଗ ଆଣିଛି କଂଗ୍ରେସ । ପ୍ରଧାନମନ୍ତ୍ରୀ ମୋଦି ପ୍ରଚାର ପ୍ରସାରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସେତିକି ଟଙ୍କାରେ ଲକ୍ଷଲକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରନ୍ତା ବୋଲି କହିଛି କଂଗ୍ରେସେ