ଓଡିଶା

odisha

ETV Bharat / city

ତେଲ ଦର ବୃଦ୍ଧିକୁ ନେଇ ଯୁବ କଂଗ୍ରେସର ପ୍ରତିବାଦ, ଧର୍ମେନ୍ଦ୍ରଙ୍କ ବାସଭବନ କଲେ ଘେରାଉ - ତେଲ ଦର ବୃଦ୍ଧି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ଘେରାଉ କରିଛି ଯୁବ କଂଗ୍ରେସ । ତୈଳଦରର ଅହେତୁକ ବୃଦ୍ଧି ପ୍ରତିବାଦରେ ବାସଭବନ ଘେରାଉ କରାଯାଇଛି । ଅଧିକ ପଢନ୍ତୁ...

ତେଲ ଦର ବୃଦ୍ଧିକୁ ନେଇ ଯୁବ କଂଗ୍ରେସର ପ୍ରତିବାଦ, ଧର୍ମେନ୍ଦ୍ରଙ୍କ ବାସଭବନ କଲେ ଘେରାଉ
ତେଲ ଦର ବୃଦ୍ଧିକୁ ନେଇ ଯୁବ କଂଗ୍ରେସର ପ୍ରତିବାଦ, ଧର୍ମେନ୍ଦ୍ରଙ୍କ ବାସଭବନ କଲେ ଘେରାଉ

By

Published : Feb 17, 2021, 3:28 PM IST

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ଘେରାଉ କରିଛି ଯୁବ କଂଗ୍ରେସ । ତୈଳଦରର ଅହେତୁକ ବୃଦ୍ଧି ପ୍ରତିବାଦରେ ବାସଭବନ ଘେରାଉ କରାଯାଇଛି । ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି । ପରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ପୋଲିସ ।

ତେଲ ଦର ବୃଦ୍ଧିକୁ ନେଇ ଯୁବ କଂଗ୍ରେସର ପ୍ରତିବାଦ, ଧର୍ମେନ୍ଦ୍ରଙ୍କ ବାସଭବନ କଲେ ଘେରାଉ

ବିଜେପି ବିରୁଦ୍ଧରେ ନାରା ଦେବା ସହ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି କରି ସରକାର ଗରିବଙ୍କ ତଣ୍ଟି ଚିପୁଛନ୍ତି ବୋଲି କହିଛନ୍ତି ଯୁବ କଂଗ୍ରେସ ସଭାପତି ସ୍ମୃତି ଜେନା । ଅନ୍ୟପକ୍ଷେ ସମ୍ପାଦକ ରାଜୀବ ପଟ୍ଟନାୟକ ମଧ୍ୟ ତେଲ ଦର ବୃଦ୍ଧିକୁ ନିନ୍ଦା କରିଛନ୍ତି । ଏହାସହ ପ୍ରତିବାଦରେ ଗାଡିକୁ ଠେଲି ଠେଲି ରାସ୍ତାରେ ନେଇଛନ୍ତି । ଯଦି ଆଗାମୀ ଦିନରେ ତେଳ ଦର କମିବନି, ତେବେ ପେଟ୍ରୋଲ ପମ୍ପ ବାହାରେ ଲାଗିଥିବା ହୋଡିଂକୁ ଭାଙ୍ଗିବ ଯୁବ କଂଗ୍ରେସ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details