ଓଡିଶା

odisha

ETV Bharat / city

ଶୀତକାଳୀନ ଅଧିବେଶନ ବାତିଲ ପ୍ରତିବାଦରେ ଯୁବ କଂଗ୍ରେସର ବିକ୍ଷୋଭ

କୋରୋନାର ଆଳ ଦେଖାଇ କେନ୍ଦ୍ର ସରକାର ଶୀତକାଳୀନ ଅଧିବେଶନକୁ ବାତିଲ କରିଥିବାରୁ କଂଗ୍ରେସ ଭବନ ପରିସରରୁ ଶତାଧିକ ଯୁବ କର୍ମୀ ମଶାଲ ଶୋଭାଯାତ୍ରାରେ ବାହାରି ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳ ପରିକ୍ରମା କରିବା ସହ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଅଧିକ ପଢନ୍ତୁ...

By

Published : Dec 31, 2020, 7:41 AM IST

ଶୀତକାଳୀନ ଅଧିବେଶନ ବାତିଲ ପ୍ରତିବାଦରେ ଯୁବ କଂଗ୍ରେସର ବିକ୍ଷୋଭ
ଶୀତକାଳୀନ ଅଧିବେଶନ ବାତିଲ ପ୍ରତିବାଦରେ ଯୁବ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର:କେନ୍ଦ୍ର ସରକାର ପକ୍ଷରୁ ଅଣାଯାଇଥିବା କୃଷି ଆଇନକୁ ବିରୋଧ କରି କୃଷକ ମାନେ ଦିଲ୍ଲୀରେ ଏକ ମାସରୁ ଊର୍ଦ୍ଧ୍ବ ସମୟ ଧରି ଆନ୍ଦୋଳନରେ ବସିଛନ୍ତି । କେନ୍ଦ୍ର ସରକାର ସେମାନଙ୍କ ଦାବି ପ୍ରତି ବିଚାର ନକରି ତାଙ୍କ ଜିଦରେ ଅଟଳ ରହିଛନ୍ତି । ସେହିପରି ସଂସଦର ଶୀତକାଳୀନ ଅଧିବେଶନ ଏହି ସମୟରେ ବସିବା କଥା । କିନ୍ତୁ, କେନ୍ଦ୍ର ସରକାରଙ୍କ ପକ୍ଷରୁ କୋରୋନାର ଆଳ ଦେଖାଇ ଏହାକୁ ବାତିଲ କରାଯାଇଛି । ଯାହାର ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା କରାଯାଇଛି ।

ଶୀତକାଳୀନ ଅଧିବେଶନ ବାତିଲ ପ୍ରତିବାଦରେ ଯୁବ କଂଗ୍ରେସର ବିକ୍ଷୋଭ

କଂଗ୍ରେସ ଭବନ ପରିସରରୁ ଶତାଧିକ ଯୁବ କର୍ମୀ ମଶାଲ ଶୋଭାଯାତ୍ରାରେ ବାହାରି ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳ ପରିକ୍ରମା କରିବା ସହ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଏହି ଅବସରରେ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା କଂଗ୍ରେସ ସବୁବେଳେ କୃଷକଙ୍କ ସହ ଥିବା ଓ ଏହାର ସମାଧାନ ନହେବା ଯାଏଁ ଆନ୍ଦୋଳନରେ କୃଷକଙ୍କ ସାଥ ଦେବ ବୋଲି କହିଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details