ଭୁବନେଶ୍ବର: ମହାମାରୀ କୋରୋନା ସମୟରେ ଟାଟା ପାୱାର ପକ୍ଷରୁ ୭୫୦୦ ବିଦ୍ୟୁତ୍ କର୍ମଚାରୀଙ୍କୁ ଛଟେଇ କରାଯାଇଛି । ଯାହାକୁ ବିରୋଧ କରି ଆଜି(ଶୁକ୍ରବାର) ଓପେଗା ଓ ଓଡିଶା ଯୁବ କଂଗ୍ରେସ ପକ୍ଷରୁ ପ୍ରେସମିଟ କରାଯାଇଛି । ତେବେ ଏମାନଙ୍କ ଥଇଥାନ ଲାଗି ସରକାର ଆଗାମୀ ଦିନରେ ଲିଖିତ ପ୍ରତିଶ୍ରୁତି ନ ଦେଲେ 15 ଦିନ ମଧ୍ୟରେ ଆନ୍ଦୋଳନ କରାଯିବ ବୋଲି ପ୍ରେସିମଟରେ କୁହାଯାଇଛି ।
ଦୀର୍ଘ 10 ବର୍ଷରୁ ଊର୍ଦ୍ଧ୍ବ ଦିନ ଧରି ଏମାନେ ସେବା ଯୋଗାଇ ଆସୁଥିଲେ । କିନ୍ତୁ ମହାମାରୀ ସମୟରେ ଏମାନଙ୍କୁ ଛଟେଇ କରାଯାଇଛି । ଜୁନ 2020ରୁ ଛଟେଇ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ପୁନଃନିଯୁକ୍ତି ମିଳିନାହିଁ । ଏଥିଲାଗି କର୍ମଚାରୀମାନେ ଆନ୍ଦୋଳନ କରିଥିଲେ । ସେପ୍ଟେମ୍ବର 2020ରେ କଂଗ୍ରେସ ଏହି ବିରୋଧକୁ ସହମତ ଜଣାଇଥିଲା । ଏହାପରେ ଚଳିତ ମାର୍ଚ୍ଚ 22 ତାରିଖରେ ଆଲୋଚନା କରିବା ପାଇଁ ଟାଟା ପାୱାର ପ୍ରସ୍ତାବ ଦେଇଥିଲେ ମଧ୍ୟ କୌଣସି 48 ଘଣ୍ଟା ମଧ୍ୟରେ ଲିଖିତ ଆକାରରେ ଦାବି ଜଣାଇବାକୁ କୁହାଯାଇଥିଲା । 48 ଘଣ୍ଟା ମଧ୍ୟରେ ଲିଖିତ ଆକାରରେ ଦାବି ସମ୍ପର୍କରେ କୁହାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।