ଓଡିଶା

odisha

କଂଗ୍ରେସରେ କନ୍ଦଳ, ଯୁବ କଂଗ୍ରେସ ସଭାପତି ବଦଳିବା ପରେ ଘନେଇଲା ବିବାଦ

By

Published : Jan 13, 2020, 9:49 PM IST

ରାଜ୍ୟ କଂଗ୍ରେସରେ ବିବାଦ। ଯୁବ କଂଗ୍ରେସ ବୈଠକ ସମୟରେ ବାହାରେ ଯୁବ କଂଗ୍ରେସ କର୍ମୀଙ୍କ ପାୱାର ସୋ। ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ ବଦଳିବା ପ୍ରସଙ୍ଗରେ ପିସିସି ଓ ଅଖିଳ ଭାରତୀୟ ଯୁବ କଂଗ୍ରେସ ମଧ୍ୟରେ କଥା କଟାକଟି। ଜାଣନ୍ତୁ ଅଧିକ ଖବର...

ରାଜ୍ୟ ଯୁବ କଂଗ୍ରେସରେ ମୁଣ୍ଡ ଟେକିଲା ବିବାଦ
ରାଜ୍ୟ ଯୁବ କଂଗ୍ରେସରେ ମୁଣ୍ଡ ଟେକିଲା ବିବାଦ

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ବିବାଦ। ଯୁବ କଂଗ୍ରେସ ବୈଠକ ସମୟରେ ବାହାରେ ଯୁବ କଂଗ୍ରେସ କର୍ମୀଙ୍କ ପାୱାର ସୋ। ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ ବଦଳିବା ପ୍ରସଙ୍ଗରେ ପିସିସି ଓ ଅଖିଳ ଭାରତୀୟ ଯୁବ କଂଗ୍ରେସ ମଧ୍ୟରେ କଥା କଟାକଟି। ଯୁବ କଂଗ୍ରେସ ସଭାପତି ପରିବର୍ତ୍ତନ ପାଇଁ ପିସିସିକୁ ଅଧିକାର ଦେଲା କିଏ ବୋଲି ପ୍ରଶ୍ନ କରିଥିଲେ ଭାରତୀୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦିକା ତଥା ଓଡିଶା ପ୍ରଭାରୀ ପ୍ରତିଭା ରଘୁବଂଶୀ। ସୋମବାର ଭୁବନେଶ୍ବର କଂଗ୍ରେସ ଭବନରେ ରାଜ୍ୟ ଯୁବ କଂଗ୍ରେସର ପରିବର୍ଦ୍ଧିତ ବୈଠକ ବସିଥିବା ବେଳେ ଯୁବ କଂଗ୍ରେସର ବିଭିନ୍ନ ଗୋଷ୍ଠି ପକ୍ଷରୁ ରୋଡ଼ସୋ ପ୍ରଦର୍ଶନ କରାଯାଇଥିଲା।

ରାଜ୍ୟ ଯୁବ କଂଗ୍ରେସରେ ମୁଣ୍ଡ ଟେକିଲା ବିବାଦ

ରାଜ୍ୟ ଯୁବ କଂଗ୍ରେସ ସଭାପତି ପରିବର୍ତ୍ତନ କରିବା ପାଇଁ ପିସିସି ସଭାପତି ଙ୍କୁ ଅଧିକାର ଦେଲା କିଏ ? ଏହା ଭାରତୀୟ ଯୁବ କଂଗ୍ରେସ ର ଦାୟିତ୍ବ ବୋଲି କହିଥିଲେ ଭାରତୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରତିଭା ରଘୁବଂଶୀ ।

"ଲୋକନାଥ ମହାରଥୀ ମୋ ସହ ବସିଛନ୍ତି ତେଣୁ ସେଥିରୁ ଆପଣ ବୁଝିପାରୁଥିବେ କିଏ ଯୁବ କଂଗ୍ରେସ ସଭାପତି ବୋଲି ସେ କହିଥିଲେ। ମୁଁ ଯେ ପର୍ଯ୍ୟନ୍ତ ପଦବୀରେ ଅଛି ସେ ପର୍ଯ୍ୟନ୍ତ ଯୁବ କଂଗ୍ରେସ ପାଇଁ କାମ କରିବି। ସାଧାରଣ ନିର୍ବାଚନରେ କଂଗ୍ରେସ ପାଇଁ ଅନେକ କାର୍ଯ୍ୟ କରିଛି ବୋଲି ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ କହିଛନ୍ତି। ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ନେଇ ମୋଦି ସରକାର ଓ ନବୀନ ସରକାର ବିରୋଧରେ ଲଢେଇ କରିବାକୁ ଯୁବ କଂଗ୍ରେସ ପ୍ରସ୍ତୁତ ବୋଲି ଲୋକନାଥ କହିଛନ୍ତି"।

ଆଗାମୀ ଦିନରେ ଯୁବ କଂଗ୍ରେସ ସରକାର ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ। ଯୁବ କଂଗ୍ରେସ ଶକ୍ତି ପଦର୍ଶନ କରି ବେକାରୀ ସମସ୍ୟା, ମହିଳାମାନଙ୍କ ସୁରକ୍ଷା ଓ ବିଭିନ୍ନ ମୁଦ୍ଦାକୁ ନେଇ ଲଢେଇ ହେବ। ପିସିସି ଓ ଯୁବ କଂଗ୍ରେସ ମିଳିତ ଭାବେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନେବେ ବୋଲି ଯୁବ କଂଗ୍ରେସ ସଭାପତି ଆଶାୟୀ ପ୍ରାର୍ଥୀ ରାଜୀବ ପଟ୍ଟନାୟକ କହିଛନ୍ତି।

ସେପଟେ ଯୁବ କଂଗ୍ରେସ ସଭାପତି ପରିବର୍ତ୍ତନ ପ୍ରସଙ୍ଗରେ ଭାରତୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରତିଭା ରଘୁବଂଶୀଙ୍କ ବୟାନ ପରେ ପିସିସି ସଭାପତିଙ୍କ ସ୍ବର ବଦଳିଛି।

ଯୁବ କଂଗ୍ରେସ ସଭାପତି ପରିବର୍ତ୍ତନ କରିବା ଓ ରଖିବା ଭାରତୀୟ ଯୁବ କଂଗ୍ରେସର ଦାୟିତ୍ବ। ଓଡ଼ିଶାରେ ଯୁବ କଂଗ୍ରେସ , ମହିଳା କଂଗ୍ରେସ ଓ ଛାତ୍ର କଂଗ୍ରେସକୁ ସୁଦୃଢ କରିବା ପାଇଁ କମିଟି ଗଠିତ ହୋଇଛି। ସେ କମିଟି ଗୁଡିକର ପ୍ରସ୍ତାବକୁ ଏଆଇସିସି ନିକଟକୁ ପଠାଯିବ। ଏଆଇସିସି ଯାହା ନିଷ୍ପତ୍ତି ନେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ତେବେ ଆଗକୁ ଯୁବ ସଭାପତି ପରିବର୍ତ୍ତନ ହେବାର ସମ୍ଭାବନା ଅଧିକ ଘନୀଭୂତ ହେଉଛି। ବିଭିନ୍ନ ଯୁବ ଗୋଷ୍ଠୀଙ୍କ ପକ୍ଷରୁ ଲବି ଜୋରଦାର ରହିଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details