ଓଡିଶା

odisha

ETV Bharat / city

ସରକାରୀ ଚାକିରୀ କ୍ଷେତ୍ରରେ ସାଧାରଣ ବର୍ଗଙ୍କ ବୟସ ସୀମାବୃଦ୍ଧି ଦାବି, ରାଜ୍ୟପାଳଙ୍କୁ ଯୁବ କଂଗ୍ରେର ସ୍ମାରକପତ୍ର - ରାଜ୍ୟପାଳଙ୍କୁ କଂଗ୍ରେସର ସ୍ମାରକପତ୍ର

ସରକାରୀ ଚାକିରୀରେ ଯୁବବର୍ଗଙ୍କ ପାଇଁ ବୟସ ସୀମା ବୃଦ୍ଧି ନେଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଲା ଯୁବ କଂଗ୍ରେସ। ଅଧିକ ପଢନ୍ତୁ...

ସରକାରୀ ଚାକିରି କ୍ଷେତ୍ରରେ ସାଧାରଣ ବର୍ଗଙ୍କ ବୟସ ସୀମାବୃଦ୍ଧି ଦାବି, ରାଜ୍ୟପାଳଙ୍କୁ ଯୁବ କଂଗ୍ରେର ସ୍ମାରକପତ୍ର
ସରକାରୀ ଚାକିରି କ୍ଷେତ୍ରରେ ସାଧାରଣ ବର୍ଗଙ୍କ ବୟସ ସୀମାବୃଦ୍ଧି ଦାବି, ରାଜ୍ୟପାଳଙ୍କୁ ଯୁବ କଂଗ୍ରେର ସ୍ମାରକପତ୍ର

By

Published : Sep 30, 2021, 9:26 PM IST

ଭୁବନେଶ୍ବର: ସରକାରୀ ଚାକିରୀରେ ଯୁବବର୍ଗଙ୍କ ପାଇଁ ବୟସ ସୀମା ବୃଦ୍ଧିକୁ ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ଯୁବ କଂଗ୍ରେସ । ଗୁରୁବାର ଏନେଇ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଛି ଯୁବ କଂଗ୍ରେସ । 21ବର୍ଷର ଶାସନ ଭିତରେ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରୁନି । ଯୁବକମାନେ ନ୍ୟାୟ ପାଇପାରୁନାହାଁନ୍ତି ବୋଲି ଅଭିଯୋଗ କରିଛି ଦଳ ।

ସରକାରୀ ଚାକିରି କ୍ଷେତ୍ରରେ ସାଧାରଣ ବର୍ଗଙ୍କ ବୟସ ସୀମାବୃଦ୍ଧି ଦାବି, ରାଜ୍ୟପାଳଙ୍କୁ ଯୁବ କଂଗ୍ରେର ସ୍ମାରକପତ୍ର

କଂଗ୍ରେସ ଦାବି ଅନୁସାରେ, ନିଯୁକ୍ତି କ୍ଷେତ୍ରରେ ସାଧାରଣ ବର୍ଗଙ୍କ ପାଇଁ ରାଜ୍ୟରେ 32 ବର୍ଷ ବୟସ ସୀମା ରଖାଯାଇଛି, କିନ୍ତୁ ଏମିତି ବି ଯୁବକମାନେ ଅଛନ୍ତି ଯେଉଁମାନେ ଉଚ୍ଚଶିକ୍ଷା ଲାଭ କରି ସାର୍ଟିଫିକେଟ ପାଇଲାବେଳକୁ 32 କିମ୍ବା 34 ବର୍ଷ ହୋଇଯାଉଛି l ସେପଟେ ରେଗୁଲାର ଭିତ୍ତିରେ ନିଯୁକ୍ତି ସୁଯୋଗ ମଧ୍ୟ ବାହାରୁ ନାହିଁ l ଯେଉଁଥିପାଇଁ ବହୁ ମେଧାବୀ ଛାତ୍ରଛାତ୍ରୀ ସରକାରୀ ଚାକିରୀରୁ ବଞ୍ଚିତ ହେଉଛନ୍ତି l କିନ୍ତୁ ଅନ୍ୟ ରାଜ୍ୟରେ ବୟସ ସୀମା 42ରୁ 45 ବର୍ଷକୁ ବୃଦ୍ଧି କରାଯାଇଛି । କିନ୍ତୁ ବିଡମ୍ବନାର ବିଷୟ ଯେ ଆମ ରାଜ୍ୟରେ ଏହା ହୋଇପାରୁନାହିଁ। ତେଣୁ ଆଜି ଯୁବ କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକଠାରୁ ରାଜଭବନ ଛକ ପର୍ଯ୍ୟନ୍ତ ଏକ ପଦଯାତ୍ରାରେ ବାହାରି ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି l ତେଣୁ ତୁରନ୍ତ ସରକାରୀ ଚାକିରୀ ପାଇଁ ବୟସ ସୀମାକୁ ବୃଦ୍ଧି କରାଯାଉ ବୋଲି ଯୁବ କଂଗ୍ରେସ ପକ୍ଷରୁ ସ୍ମାରକ ପତ୍ରରେ ଦାବି କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details