ଭୁବନେଶ୍ବର: କୋଭିଡ୍-19 ମାସ୍କ କିଣା ଦୁର୍ନୀତିରେ ସରକାରଙ୍କୁ ଘେରିଛି କଂଗ୍ରେସ । କୋଭିଡ କିଟ୍ କିଣା ଦୁର୍ନୀତିକୁ ନେଇ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରି ଗର୍ଜିଛି ଯୁବ କଂଗ୍ରେସ ।
କୋଭିଡ କିଟ୍ କିଣା ଦୁର୍ନୀତି: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଯୁବ କଂଗ୍ରେସ - bhubaneswar news
କୋଭିଡ-19 ମାସ୍କ କିଣା ଦୁର୍ନୀତିକୁ ନେଇ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରି ଗର୍ଜିଛି ଯୁବ କଂଗ୍ରେସ । ଯୁବ କଂଗ୍ରେସ ତରଫରୁ ମଙ୍ଗଳବାର ମାଷ୍ଟର କ୍ୟାଣ୍ଟିନ ଛକରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ଆଇଏଏସ ହେମନ୍ତ ଶର୍ମାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଯୁବ କଂଗ୍ରେସ
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଯୁବ କଂଗ୍ରେସ
ରାଜଧାନୀ ଭୁବନେଶ୍ବରରେ ଯୁବ କଂଗ୍ରେସ ତରଫରୁ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ନେତୃତ୍ବରେ ମଙ୍ଗଳବାର ମାଷ୍ଟର କ୍ୟାଣ୍ଟିନ ଛକରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ଆଇଏଏସ ହେମନ୍ତ ଶର୍ମାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । କୋରୋନା ମୁକାବିଲାରେ ମାସ୍କ କିଣାରେ ରାଜ୍ୟ ସରକାର ମହାଦୁର୍ନୀତି କରିଛନ୍ତି । ଏହି ସରକାରର ସ୍ବାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ଯୁବ କଂଗ୍ରେସ । ଏହାପରେ ରାଜ୍ୟପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ