ଭୁବନେଶ୍ବର:ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟରେ College of Engineering and Technology (CET) ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟର ସ୍ବତନ୍ତ୍ର ମାନ୍ୟତା ମିଳିଛି । ଓଡ଼ିଶା ସରକାରଙ୍କ ଏହା ଏକ ଐତିହାସିକ ନିଷ୍ପତ୍ତି ବୋଲି କହିଛି ଯୁବ ବିଜେଡି ।ରାଜ୍ୟ ସରକାର CETକୁ ଓଡ଼ିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟ ନାମରେ ଏକ ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟ ରୂପେ ପ୍ରତିଷ୍ଠା କରିବେ ।
CETକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ଯୁବ ବିଜେଡ଼ି - ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ଯୁବ ବିଜେଡ଼ି
ରାଜ୍ୟ କ୍ୟାବିନେଟରେ CET ମହାବିଦ୍ୟାଳୟକୁ ମିଳିଛି ଏକକ ବିଶ୍ବବିଦ୍ୟାଳୟର ମାନ୍ୟତା । ଓଡ଼ିଶା ସରକାରଙ୍କ ଏହା ଏକ ଐତିହାସିକ ନିଷ୍ପତ୍ତି ବୋଲି ପ୍ରତିକ୍ରିୟା ରଖିଲା ଯୁବ ବିଜେଡି । ଅଧିକ ପଢନ୍ତୁ...
୧୯୮୧ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ଏହି ଅଗ୍ରଣୀ ବୈଷୟିକ ଅନୁଷ୍ଠାନ ଏବେ ବିଶ୍ୱବିଦ୍ୟାଳୟ ହୋଇଛି । ଏହାସହ ରାଜ୍ୟରେ ସମସ୍ତ ତିନୋଟି ବୈଷୟିକ ବିଶ୍ଵ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପ୍ରତିଷ୍ଠା ହୋଇଛି । ଯାହା ସମଗ୍ର ଦେଶରେ ଓଡିଶା ବୈଷୟିକ ଶିକ୍ଷାର ମାନଚିତ୍ରରେ ଏକ ଅନନ୍ୟ ସ୍ଥାନ ଗ୍ରହଣ କରିପାରିଛି । ଏହି ପରିପ୍ରେକ୍ଷୀରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ଼ଃ ବ୍ୟୋମକେଶ ରାୟଙ୍କ ନେତୃତ୍ବ ଓଡ଼ିଶାର ଯୁବଛାତ୍ର ସ୍ବତଃପ୍ରବୃତ୍ତ ଭାବେ ମାଷ୍ଟର କ୍ୟାଣ୍ଟିନ ଛକରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।
ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ଡ଼ଃ ବ୍ୟୋମକେଶ ରାୟ କହିଛନ୍ତି ଯେ, 'ପୂର୍ବରୁ ବୈଷୟିକ ଶିକ୍ଷା ଆହରଣ ପାଇଁ ଓଡ଼ିଶାର ଯୁବ ଛାତ୍ର ବାହାର ରାଜ୍ୟ ଉପରେ ନିର୍ଭର କରୁଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି ଦ୍ଵାରା ଓଡ଼ିଶା ଆଜି ସମଗ୍ର ଦେଶରେ ବୈଷୟିକ ଶିକ୍ଷା କ୍ଷେତ୍ରର ହବ୍ ପାଲଟି ଯାଇଛି । ଏହି ନୂତନ ଏକକ ବିଶ୍ବବିଦ୍ୟାଳୟ ବୈଷୟିକ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ସହ ବୈଷୟିକ ଜ୍ଞାନକୋୖଶଳ ଏବଂ ଗବେଷଣା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ପ୍ରତିଷ୍ଠା କରିବ । ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ନିଷ୍ପତ୍ତି ପାଇଁ ମୁଁ ଓଡ଼ିଶାର ଅଗଣିତ ଯୁବଛାତ୍ରଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି ।
କୋଭିଡର ସମସ୍ତ ନିୟମକୁ ପାଳନ କରି ଅନୁଷ୍ଠିତ ଏହି ଧନ୍ୟବାଦ ପର୍ବରେ ବିଜୁ ଯୁବ ଜନତା ଦଳର ରାଜ୍ୟ ମହାସଚିବ ଏଲିନା ଦାସ, ଭୁବନେଶ୍ୱର ଜିଲ୍ଲା ସଭାପତି ସମରେଶ ବେଉରା, ବରିଷ୍ଠ ଉପସଭାପତି ଧୃତି ରଞ୍ଜନ ମାର୍ଥା, ଜ୍ୟୋସ୍ନାମୟୀ ପରିଡ଼ା, ଭୁବନେଶ୍ୱର ଜୋନ ସଭାପତି ବିଜୟ କେତନ ସାହୁ, କଟକ ଜୋନ ସଭାପତି ଶୁଭ୍ରାଂଶୁ ମିଶ୍ର, ଉପସଭାପତି ସୁନିଲ୍ ପଣ୍ଡା, ସାଧାରଣ ସମ୍ପାଦକ ମଳୟ ରଂଜନ ପତି, ଆଶିଷ ରଂଜନ ମିଶ୍ର, ଶୁଭ୍ରଜିତ ପାଢ଼ୀ, ତାରିଣୀ ପ୍ରସାଦ ନାୟକ, ପାର୍ଥସାରଥୀ ମୂଦୁଲି, ବାଣୀ କଲ୍ୟାଣ ମହାନ୍ତି, ଅବତାରରେ ଆଲାମ, ବାସୁଦେବ ସାହା, ଲଗ୍ନଦୀପା ମିଶ୍ର, ଅପର୍ଣ୍ଣା ଦାସ ଏବଂ ଶିବାନୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ