ଓଡିଶା

odisha

ETV Bharat / city

କ୍ୟାପିଟାଲ ହସ୍ପିଟାଲରେ ଯୁବକଙ୍କ ଦାଦାଗିରି, ପୋଲିସକୁ ମାଡ ଅଭିଯୋଗ - କ୍ୟାପିଟାଲ ହସ୍ପିଟାଲ

କ୍ୟାପିଟାଲ ହସ୍ପିଟାଲରେ ଯୁବକଙ୍କ ଗୁଣ୍ଡାଗିରି । କୌଣସି କାରଣକୁ ନେଇ ପୋଲିସ ସହ ବଚସା ପରେ ମାଡ ମାରିଲେ ଯୁବକ । ଏପଟେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 9, 2019, 7:09 PM IST

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଯୁବକଙ୍କ ଆତଙ୍କରାଜ। ପ୍ରଥମେ ବଚସା ପରେ ପୋଲିସକୁ ମାଡ । ଯାହାର ସିଟିଟିଭି ଫୁଟେଜ୍ ବର୍ତ୍ତମାନ ସାମନାକୁ ଆସିଛି । ଏହି ଘଟଣା ଘଟିଛି ବୁଧବାର ବିଳମ୍ବିତ ରାତିରେ। ସିସିଟିଭି ଫୁଟେଜ୍ ଆଧାରରେ ଘଟଣାର ଯାଞ୍ଚ କରାଯିବା ନେଇ କହିଛନ୍ତି ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ, ଗତ ବୁଧବାର ସୁନ୍ଦରପଦା ଅଞ୍ଚଳର କିଛି ଯୁବକ ରୋଗୀଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ । ହେଲେ କୌଣସି କାରଣକୁ ନେଇ ପୋଲିସ କର୍ମଚାରୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ମାନେ ପୋଲିସକୁ ମାଡ ମାରିବାକୁ ପଛାଇ ନଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details