ଭୁବନେଶ୍ବର: ମାତିଛନ୍ତି ଠକ । ଜମି ଦେବା ନାଁରେ ୪ଜଣଙ୍କୁ ଠକିଥିଲା ଠକ । ଆଣ୍ଟି ଫ୍ରଡ ସେଲ ହାତରେ ପଡିଛି ଜମି ଠକ। ଠକେଇ ଅଭିଯୋଗ ଆଧାରରେ ଠକକୁ ଉତ୍ତରପ୍ରଦେଶରୁ ଗିରଫ କରିଛି ପୋଲିସ । ବ୍ୟକ୍ତି ଜଣକ ହେଲା ପର୍ଶୁରାମ କାଣ୍ଡି ।
ଜମି ଦେବା ନାଁ ଠକେଇ, ଠକିଲା ରାଜଧାନୀରେ ଧରାପଡିଲା ୟୁପିରେ - bhubaneswar fraud news
ଜମି ଦେବା ନାଁରେ ୪ଜଣଙ୍କୁ ଠକିଥିଲା ଠକ । ଆଣ୍ଟି ଫ୍ରଡ ସେଲ ହାତରେ ପଡିଛି ଜମି ଠକ। ଠକେଇ ଅଭିଯୋଗ ଆଧାରରେ ଠକକୁ ଉତ୍ତରପ୍ରଦେଶରୁ ଗିରଫ କରିଛି ପୋଲିସ ।

ଠକିଲା ଭୁବନେଶ୍ଵରରେ ଧରାପଡିଲା ୟୁପିରେ
ସୂଚନାଅନୁସାରେ, ବଡଗଡ ଥାନାରେ ଜମି ଦେବା ନାଁରେ ୪ଟି ଠକେଇ ଅଭିଯୋଗ ହୋଇଥିଲା । ୫୦ଲକ୍ଷ ଟଙ୍କାର ଠକେଇ ହୋଇଥିବା ଥାନାରେ ଏତଲା ଦିଆଯାଇଥିଲା । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଆକ୍ସନ ମୁଡକୁ ଆସିଥିଲା ପୋଲିସ । ଶେଷରେ ଠକକୁ କାବୁ କରିବାରେ ସଫଳ ହୋଇଛି । ଉତ୍ତରପ୍ରଦେଶରୁ ଠକେଇ ମାମଲାରେ ଅଭିଯୁକ୍ତ ପର୍ଶୁରାମ କାଣ୍ଡିକୁ ଗିରଫ କରିଛି ।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ