ଓଡିଶା

odisha

By

Published : Oct 19, 2019, 9:58 PM IST

ETV Bharat / city

ଝାମ୍ପିନେଉଥିଲା ସୁନା ଚେନ, କଚାଡି ହୋଇପଡିଲା ନଳାରେ

ଚୋରି କରି ଖସିବାକୁ ଉଦ୍ୟମ ବେଳେ ଚୋର ନଳାରେ ଖସି ପଡିଛି  । ଏହାପରେ ସାଧାରଣ ଲୋକେ ତାକୁ କାବୁ କରିବା ସହ ପୋଲିସରେ ଜିମା ଦେଇଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଚୋରି କରି ଖସିବାକୁ ଉଦ୍ୟମ ବେଳେ ଚୋର ନଳାରେ ଖସି ପଡିଛି । ଏପରି ଘଟଣା ଘଟିଛି ଖଣ୍ଡଗିରି ଥାନା ଆଇଗେଣିଆର ଶ୍ରୀକ୍ଷେତ୍ର ବିହାରରେ । ଲୋକେ ଚୋରକୁ କାବୁ କରିବା ପରେ ପୋଲିସରେ ଜିମା ଦେଇଛନ୍ତି । ଚୋରି ଉଦ୍ୟମ କରିଥିବା ଯୁବକ ଜଣକ ଡୁମୁଡୁମା ସୁଭାଷ ନଗର ବସ୍ତିର ନରେନ୍ଦ୍ର ମହାପାତ୍ର ବୋଲି ଜଣାପଡିଛି । ସେ ପୂର୍ବରୁ ମଧ୍ୟ ଚେନ ଝାମ୍ପିବା ଅଭିଯୋଗରେ ଗିରଫ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟ, ସୌମ୍ୟା ପାଣି ନାମକ ଜଣେ ଅଧ୍ୟାପିକା ମର୍ଣ୍ଣିଂ ୱାକ କରୁଥିବା ବେଳେ ଜଣେ ଚୋର ତାଙ୍କର ସୁନା ଚେନକୁ ଝାମ୍ପିବାକୁ ଉଦ୍ୟମ କରିଥିଲା । ବାଇକରେ ଆସିଥିବା ଚୋର ହଠାତ ଝାମ୍ପିବା ବେଳେ ଅଧ୍ୟାପିକା ଜଣକ ତାକୁ ଠେଲିଦେଇଥିଲେ । ଫଳରେ ଚୋରଟି ପାଖରେ ଥିବା ଏକ ନଳାରେ ପଡିଯାଇଥିଲା । ତାର ବାଇକଟି ନଳାଭିତରେ ପଡିଯାଇଥିବା ବେଳେ ଲୋକେ ତାକୁ କାବୁ କରିନେଇଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details