ଓଡିଶା

odisha

ETV Bharat / city

ସିଝୁଛି ରାଜଧାନୀ: ଟ୍ରାଫିକ ପୋଲିସଙ୍କ ଶୋଷ ମେଣ୍ଟାଉଛନ୍ତି ଯୁବପିଢ଼ି - Cool drinks

ସ୍ମାର୍ଟ ସିଟିରେ ଯୁବପିଢ଼ିଙ୍କ ନିଆରା ପ୍ରୟାସ । ଖରାରେ ସିଝୁଥିବା ଟ୍ରାଫିକ ପୋଲିସଙ୍କୁ ବାଣ୍ଟିଲେ ଦହି ସରବତ ଓ ଥଣ୍ତା ପାଣି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Apr 24, 2019, 5:43 PM IST

Updated : Apr 24, 2019, 5:53 PM IST

ଭୁବନେଶ୍ବର: ଦିନକୁ ଦିନ ସାରା ରାଜ୍ୟରେ ବଢୁଛି ତାତି । ରାଜଧାନୀରେ ସକାଳ 10ଟା ପରେ ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇପଡୁଛି । ତତଲା ଝାଞ୍ଜି ପବନ ଏବଂ ପ୍ରଚଣ୍ଡ ରୌଦ୍ରତାତି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ଏପରି କ୍ଷେତ୍ରରେ ସ୍ମାର୍ଟ ସିଟି ଯୁବପିଢ଼ିଙ୍କ ନିଆରା ପ୍ରୟାସ ଦେଖିବାକୁ ମିଳିଛି । ଖରାରେ ସିଝୁଥିବା ଟ୍ରାଫିକ ପୋଲିସଙ୍କୁ ଦହି ସରବତ ଓ ଥଣ୍ତା ପାଣି ବାଣ୍ଟିଥିବାର ଦେଖିବାକୁ ମଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

କିଛି ଦିନ ପୂର୍ବରୁ ରାଜଧାନୀ ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ କରିଛି । ଅତ୍ୟଧିକ ଗରମ ଯୋଗୁଁ ବିଭିନ୍ନ ସ୍ଥାନରେ ଜଳଛତ୍ର ମଧ୍ୟ ଖୋଲାଯାଇଛି । ସେପଟେ କିନ୍ତୁ ତଲଲା ଝାଞ୍ଜି ପବନ ଖାଇ ନିଜର ଡ୍ୟୁଟି ତୁଲାଉଛନ୍ତି ସ୍ମାର୍ଟ ସିଟିର ଟ୍ରାଫିକ ପୋଲିସ ।

ଏପରିସ୍ଥଳେ ଟ୍ରାଫିକ ପୋଲିସଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଏବଂ ଗରମରୁ ସାମାନ୍ୟ ତ୍ରାହି ପାଇବା ପାଇଁ ସ୍ବେଚ୍ଛାସେବୀ ଭାବେ କାମ କରିବାକୁ ମନ ବଳାଇଛନ୍ତି ଯୁବପିଢ଼ି । ସ୍ଥାନୀୟ କିଛି ଯୁବକ ଯୁବତୀ ସାରା ସହରରେ ବୁଲି ବୁଲି ସବୁ ଟ୍ରାଫିକ ପୋଲିସ ଭାଇ ମାନଙ୍କୁ ଥଣ୍ତା ପାନୀୟ ସହ ମିଠା ବାଣ୍ଟୁଛନ୍ତି । ଯାହାକି ନିହାତି ଭାବରେ ସ୍ୱାଗତ ଯୋଗ୍ୟ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Apr 24, 2019, 5:53 PM IST

ABOUT THE AUTHOR

...view details