ଭୁବନେଶ୍ବର:ବିଜେପିସାଂସଦ ଜୁଏଲ ଓରାମଙ୍କ ଦୁର୍ବ୍ୟବହାର ନେଇ ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରସ୍ଥ ହେଲେ ଅଭିଯୋଗକାରୀ ଯୁବତୀ । ରାଜନୀତି ପ୍ରତି ଆଗ୍ରହ ଥିବାରୁ ପଞ୍ଚାୟତ ନିର୍ବାଚନରେ ସୁଯୋଗ ଦେବାକୁ ସାଂସଦଙ୍କୁ ଯୁବତୀ ଅନୁରୋଧ କରିଥିଲେ । ହେଲେ ସାଂସଦ ତାଙ୍କୁ ଉତ୍ସାହିତ କରିବା ବଦଳରେ ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି ।
ଏନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୋଗକୁ ଗୁରୁତ୍ଵ ନ ଦିଆଯିବାରୁ ବାଧ୍ୟହୋଇ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯୁବତୀ । ଜଣେ ମହିଳା ଲୋକ ପ୍ରତିନିଧିଙ୍କ ପ୍ରତି ଏଭଳି ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ସାଂସଦଙ୍କୁ ଗିରଫ କରାଯିବା ସହ ପଦବୀରୁ ନିଲମ୍ବିତ କରିବାକୁ ଦାବି ହୋଇଛି ।