ଓଡିଶା

odisha

ETV Bharat / city

କୋରୋନା ମହାମାରୀରେ ଯୁବବର୍ଗ ଅଧିକ ସଂକ୍ରମିତ, ୪୫ ବର୍ଷରୁ ଉର୍ଦ୍ଧ୍ବ ମୃତ୍ୟୁସଂଖ୍ୟା ସର୍ବାଧିକ - କରୋନା କାଳରେ ଯୁବବର୍ଗ ଅଧିକ ଆକ୍ରାନ୍ତ

କୋରୋନା କାଳରେ ଯୁବବର୍ଗ ଅଧିକ ଆକ୍ରାନ୍ତ ହୋଇଛନ୍ତି।  ମହିଳାଙ୍କ ତୁଳନାରେ ପୁରୁଷଙ୍କ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। 45 ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କର ସର୍ବାଧିକ ମୃତ୍ୟୁ ଘଟିଛି। ଅଧିକ ପଢନ୍ତୁ...

କରୋନା ମହାମାରୀରେ ଯୁବବର୍ଗ ଅଧିକ ସଂକ୍ରମିତ, ୪୫ ବର୍ଷରୁ ଉର୍ଦ୍ଧ୍ବ ଅଧିକ ମୃତ୍ୟୁ
କରୋନା ମହାମାରୀରେ ଯୁବବର୍ଗ ଅଧିକ ସଂକ୍ରମିତ, ୪୫ ବର୍ଷରୁ ଉର୍ଦ୍ଧ୍ବ ଅଧିକ ମୃତ୍ୟୁ

By

Published : Aug 22, 2021, 11:57 AM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ କମିଛି । ହେଲେ ଆଜିବି ଭୟ ରହିଛି । ପ୍ରଥମ ଲହର ଯେତେ ଭୟଙ୍କର ଥିଲା ଦ୍ବିତୀୟ ଲହର ତାକୁ ଅତିକ୍ରମ କରିଗଲା । ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଢେର ଅଧିକ ରହିଥିଲା । ଏବେ ବି ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗିନଥିବା ବେଳେ ଦୈନିକ ୬୦ ପାର କରୁଛି । କୋରୋନା ସଂକ୍ରମିତଙ୍କ ମଧ୍ୟରେ ଯୁବବର୍ଗର ବ୍ୟକ୍ତିମାନେ ଅଧିକ ସଂକ୍ରମିତ ହୋଇଥିଲେ ମଧ୍ୟ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ସର୍ବାଧିକ ମୃତ୍ୟୁ ବରଣ କରିଛନ୍ତି। ନଜର ପକାନ୍ତୁ ସ୍ବାସ୍ଥ୍ୟ ବିଭାଗ ତରଫରୁ ପ୍ରକାଶ ପାଇଥିବା ରିପୋର୍ଟ ଉପରେ।

କରୋନା ମହାମାରୀରେ ଯୁବବର୍ଗ ଅଧିକ ସଂକ୍ରମିତ, ୪୫ ବର୍ଷରୁ ଉର୍ଦ୍ଧ୍ବ ଅଧିକ ମୃତ୍ୟୁ

୨୦୨୦ ରେ ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା

୨୦୨୦ରେ ପୁରୁଷଙ୍କ ମଧ୍ୟରେ ୨,୧୮,୬୯୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧,୧୧, ୧୬୦ ଜଣ ମହିଳା କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପୁରୁଷଙ୍କ ମଧ୍ୟରୁ ୧୪୫୭ ଜଣ ପ୍ରାଣ ହରାଇଥିବା ବେଳେ ୪୧୯ ଜଣ ମୃତ୍ୟୁ ବରଣ କରିଥିଲେ । ସେହିପରି ୧୦ ଜଣ ଟ୍ରାନ୍ସଜେଣ୍ଡର ପଜିଟିଭ ଚିହ୍ନଟ ହୋଇଥିବା ବେଳେ କାହାର ବି ମୃତ୍ୟୁ ହୋଇନଥିବା ଜଣାପଡିଛି ।

ସେହିପରି ୦ରୁ ୬ ବର୍ଷ ବୟସ ମଧ୍ୟରେ ୪, ୬୧୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ଜଣଙ୍କର ମୃତ୍ୟୁ ହୋଇଛି । ୭ ବର୍ଷରୁ ୧୮ ବର୍ଷ ବୟସ ମଧ୍ୟରେ ୨୩, ୧୬୮ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୦ ଜଣ ପ୍ରାଣ ହରାଇଛନ୍ତି । ୧୯ ବର୍ଷରୁ ୪୪ ବର୍ଷ ମଧ୍ୟରେ ୧, ୭୬, ୪୩୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୬୩ ଜଣଙ୍କର ମୃତ୍ୟୁ ହୋଇଛି । ୪୫ରୁ ୬୦ ବର୍ଷ ମଧ୍ୟରେ ୮୯, ୨୬୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୭୭୬ଜଣଙ୍କର ମୃତ୍ୟୁ ଘଟିଛି ।

ସେହିପରି ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସର ଲୋକମାନେ ୩୬,୩୮୦ ଜଣ ପଜିଟିଭ ଚିନ୍ହଟ ହୋଇଥିବା ବେଳେ ୮୨୪ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ୨୦୨୦ ମସିହାରେ କରୋନା ମହାମାରୀରେ ସର୍ବାଧିକ ଯୁବବର୍ଗ ଆକ୍ରାନ୍ତ ହୋଇଥିବା ବେଳେ ୬୦ ବର୍ଷ ବୟସ ରୁ ଉର୍ଦ୍ଧ୍ବ ବ୍ୟକ୍ତିମାନେ ମୃତ୍ୟୁବରଣ କରିଥିଲେ । ତେବେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ପଜିଟିଭ ଓ ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ତେବେ ମୋଟ ପଜିଟିଭ ହେଉଛନ୍ତି ୩,୨୯, ୮୬୬ ଜଣ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୮୭୬ ରହିଥିଲା ।

୨୦୨୧ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା

ଅନ୍ୟପଟେ ୨୦୨୧ ମସିହାରେ ୪,୧୪, ୦୭୪ ଜଣ ପୁରୁଷ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨, ୫୨ ହଜାର ୧୪୫ ଜଣ ମହିଳା କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୩, ୫୫୭ଜଣ ପୁରୁଷଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୮୭ଜଣ ମହିଳା ପ୍ରାଣ ହରାଇଥିଲେ । ସେହିପରି ୬୮ ଜଣ ଟ୍ରାନ୍ସଜେଣ୍ଡର ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମାତ୍ର ଜଣେ ହିଁ ପ୍ରାଣ ହରାଇଥିଲେ ।

୦ରୁ ୬ବର୍ଷ ମଧ୍ୟରେ ୧୦, ୯୪୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଭାବରେ ୭ ବର୍ଷରୁ ୧୮ ବର୍ଷ ବୟସ ମଧ୍ୟରେ ୫୮୨୭୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଲେ ସେଥି ମଧ୍ୟରୁ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ୧୯ ବର୍ଷ ରୁ ୪୪ ବର୍ଷ ମଧ୍ୟରେ ୩୬, ୭୯୮୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୪୬୩ ଜଣଙ୍କର ମୃତ୍ୟୁ ଘଟିଛି । ୪୫ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ୧,୬୩,୪୦୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୯୭୬ ଜଣଙ୍କର ମୃତ୍ୟୁ ଘଟିଛି।

୬୦ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କ ମଧ୍ୟରୁ ୬୫, ୬୮୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୬୮୩ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ୨୦୨୧ ମସିହାରେ କୋରୋନା ମହାମାରୀରେ ସର୍ବାଧିକ ଯୁବବର୍ଗ ଆକ୍ରାନ୍ତ ହୋଇଥିବା ବେଳେ ୪୫ ରୁ ୬୦ ବର୍ଷ ବୟସର ବ୍ୟକ୍ତିମାନେ ଅଧିକ ମୃତ୍ୟୁବରଣ କରିଛନ୍ତି । ତେବେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କର ପଜିଟିଭ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି । ତେବେ ୨୦୨୧ ଅଗଷ୍ଟ ୧୬ ସୁଦ୍ଧା ମୋଟ ପଜିଟିଭ ହେଉଛନ୍ତି 6, 66, 2856 ଜଣ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି 5145 ଜଣ ରହିଥିଲା ।

୧୬ ତାରିଖରେ ସ୍ବାସ୍ଥ୍ୟ ବିଭାଗ ଦେଇଥିବା ତଥ୍ୟ ଅନୁଯାଇ କୋରୋନା କାଳରେ ରାଜ୍ୟରେ ୯ଲକ୍ଷ ୯୬ ହଜାର ୧୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃ୍ତ୍ୟୁ ସଂଖ୍ୟା ମୋଟ ୭ହଜାର ୨୧ରେ ପହଞ୍ଚିଛି । ଏବଂ ଏହି କୋରୋନା କାଳରେ ଯୁବ ବର୍ଗ ଅଧିକ ପ୍ରଭାବିତ ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ଯଦି ଦେଖାଯାଏ ତେବେ ପ୍ରକାଶ ପାଇଖିବା ରିପୋର୍ଟ ହିଁ ଦର୍ଶାଉଛି ଯେ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ଅଧିକ କୋରୋନାରେ ମୃତ୍ୟୁବରଣ କରିଛନ୍ତି।

ମୋଟ ଉପରେ ଯଦି ନଜର ପକାଯାଏ ତେବେ ୨ ବର୍ଷ ମଧ୍ୟରେ ଅଗଷ୍ଟ ୧୬ ସୁଦ୍ଧା ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାଇ ୦ରୁ ୬ ବର୍ଷ ଶିଶୁ ମୋଟ ୭ଜଣଙ୍କର ମୃତ୍ୟୁ ହୋଇଛି । ୭ରୁ ୧୮ ବର୍ଷ ମଧ୍ୟରେ ୨୯ ଜଣଙ୍କର ମୃତ୍ୟୁ ହୋଇଛି । ୧୯ରୁ ୪୪ ବର୍ଷ ମଧ୍ୟରେ ୧୭୨୬ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୪୫ରୁ ୬୦ ବର୍ଷ ମଧ୍ୟରେ ୨୭୫୨ ଜଣ ମୃତ୍ୟୁ ବରଣ କରିଛନ୍ତି ଏବଂ ୬୦ରୁ ଉର୍ଦ୍ଧ୍ବ ବୟସ ମଧ୍ୟରେ ମୋଟ ୨, ୫୦୭ ଜଣଙ୍କର ମୃତ୍ୟୁ ହୋଇଛି । ରିପୋର୍ଟ କହୁଛି ୪୫ରୁ ୬୦ ବର୍ଷ ବୟସର ବ୍ୟକ୍ତି ମହାମାରୀରେ ଅଧିକ ପ୍ରାଣ ହରାଇଛନ୍ତି ।

ଭୁବନଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details