ଓଡିଶା

odisha

ETV Bharat / city

ପାଠପଢାକୁ ନେଇ ଯୁକ୍ତିତର୍କ, ସାନଭାଇକୁ ହତ୍ୟା କଲା ବଡ଼ ଭାଇ - ଭୁବନେଶ୍ବର ଅପରାଧ ଖବର

ରାଜଧାନୀର ନୟାପଲ୍ଲୀ ଥାନା ନୂଆ ସାହିରୁ ଏକ ବିଭତ୍ସ ହତ୍ୟାକାଣ୍ଡ ସାମନାକୁ ଆସିଛି । ସାନ ଭାଇ ପାଠ ନ ପଢି ଅନ୍ୟତ୍ର ମନ ଦେଉନଥିବାରୁ ସାନଭାଇକୁ ତାଗିଦ କରୁ କରୁ ହତ୍ୟା କରିଛି ବଡ଼ ଭାଇ । ଅଧିକ ପଢନ୍ତୁ

ପାଠପଢାକୁ ନେଇ ଯୁକ୍ତିତର୍କ, ସାନଭାଇକୁ ହତ୍ୟା କଲା ବଡ଼ ଭାଇ
ପାଠପଢାକୁ ନେଇ ଯୁକ୍ତିତର୍କ, ସାନଭାଇକୁ ହତ୍ୟା କଲା ବଡ଼ ଭାଇ

By

Published : Sep 20, 2022, 9:50 PM IST

ଭୁବନେଶ୍ବର: ଅସହ୍ୟ ହେଲା ସାନ ଭାଇର‌ ଖର୍ଚ୍ଚ । ପାଠ ବଦଳରେ ଅନ୍ୟ କାର୍ଯ୍ୟରେ ଧ୍ୟାନ ଦେଉଥିଲା ସାନ ଭାଇ । ଏହାକୁ ସହିପାରିଲାନି କମ୍ପିଟେଟିଭ ପ୍ରସ୍ତୁତ ହେଉଥିବା ବଡ ଭାଇ । ନେଲା ସାନ ଭାଇର ଜୀବନ । ଏଭଳି ଏକ ସାଙ୍ଘାତିକ ଘଟଣା ନୟାପଲ୍ଲୀ ଥାନା ନୂଆ ସାହିରୁ ଆସିଛି ।

ପାଠପଢାକୁ ନେଇ ଯୁକ୍ତିତର୍କ, ସାନଭାଇକୁ ହତ୍ୟା କଲା ବଡ଼ ଭାଇ

ସାନ ଭାଇକୁ ଏକ ଭଡା ଘରେ ହତ୍ୟା କରାଯାଇଥିବା ନେଇ ପୋଲିସ ତଦନ୍ତ କରୁଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ । ମୃତ ଛାତ୍ର ଜଣକ ହେଉଛନ୍ତି ରାଜମୋହନ ସେନାପତି । ହତ୍ୟା କରିଥିବା ବଡ ଭାଇ ହେଉଛନ୍ତି ବିଶ୍ବ ମୋହନ ସେନାପତି । ତେବେ ବଡ ଭାଇ ନୂଆ ସାହିରେ ଭଡା ଘରେ ରହି କମ୍ପିଟେଟିଭ ପାଇଁ ପ୍ରସ୍ତୁତ ହେଉଥିଲେ । ସାନ ଭାଇ ବରମୁଣ୍ଡାରେ ରହି ମଧ୍ୟ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ।

ମୃତକ ତଥା ସାନଭାଇ

ସାନ ଭାଇ ତଥା ମୃତକ ପଇସା ଅଧିକ ଖର୍ଚ୍ଚ କରୁଥିଲେ । ବୁଲିବା ମଉଜ ମସ୍ତି କରିବାରେ ଧ୍ୟାନ ଦେଉଥିଲା ସାନ ଭାଇ । ଏଭଳି ସ୍ଥିତିରେ ପାଠପଢାରେ ଅଧିକ ମନୋନିବେଶ କରିବା ପାଇଁ ବଡ ଭାଇ ବାରମ୍ବାର ତାଗିଦ କରିଆସୁଥିଲେ । ଏନେଇ ଗତକାଲି ବଡ ଭାଇ ରୁମରେ ସାନ ଭାଇ ଥିବା ବେଳେ କିଛି ପାଠ ପଢାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଧୀରେ ଧୀରେ ଦୁଇ ଭାଇଙ୍କ ମଧ୍ୟରେ ଏହି ଯୁକ୍ତିତର୍କ ଭୀଷଣ ରୂପ ନେଇଥିଲା । ସାନ ଭାଇ ଯୁକ୍ତି କରିବାରୁ ବଡ ଭାଇ ରାଗିଯାଇ ଆକ୍ରମଣ କରିଥିଲା ।

ଏହା ବି ପଢନ୍ତୁ- ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଜୋମାଟୋ ଡେଲିଭରି ବୟ ଗିରଫ

ସାନଭାଇକୁ ତାଗିଦ କରିବା ପାଇଁ ମାଡ଼ ମାରୁ ମାରୁ ଶେଷରେ ତାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । କମିଶନରେଟ ପୋଲିସ ନିଜଆଡୁ ଏନେଇ ଏକ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ବଡ ଭାଇକୁ ଅଟକ ରଖିଛି । ସେପଟେ ସାନ ଭାଇର ମୃତଦେହ ଓ ହତ୍ୟା କରାଯାଇଥିବା ଲୁହା ନଳକୁ ଠାବ କରିଛି ପୋଲିସ । ଏନେଇ‌ ପୋଲିସ ସାଇଣ୍ଟିଫିକ ଟିମ ସହ ତଦନ୍ତ ଚଳାଇଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details