ହାଇଦ୍ରାବାଦ: ବିଗତ କିଛି ଦିନର ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ପ୍ରବାହିତ ନଦୀ ଗୁଡ଼ିକର ଜଳସ୍ତର ବଢ଼ିବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦ ଉପର ମୁଣ୍ଡରେ ବର୍ଷାର ପୂର୍ବାନୁମାନ ଥିବାରୁ ବନ୍ୟା ସମ୍ଭାବନା ଦୃଷ୍ଟିରୁ ଆହୁରି ଅଧିକ ପ୍ରସ୍ତୁତ ଓ ସତର୍କ ରହିବା ନିତାନ୍ତ ଆବଶ୍ୟକ ବୋଲି ସାମାଜିକ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି କେନ୍ଦ୍ର ପ୍ରାକୃତିକ ବାଷ୍ପ ଓ ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏଭଳି ପରିସ୍ଥିତିରେ ଆମ ଦଳର କାର୍ଯ୍ୟକର୍ତ୍ତାମାନେ ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ସାହାଯ୍ୟ କରିବା କାମରେ ଲାଗିଛନ୍ତି । ଅଧିକରୁ ଅଧିକ କାର୍ଯ୍ୟକର୍ତ୍ତା ଏହି କାମରେ ସହଯୋଗୀ ହୋଇ ଲୋକମାନଙ୍କୁ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟରେ ଆଗେଇ ଆସିବାକୁ ଅନୁରୋଧ କରୁଛି ବୋଲି କହିଛନ୍ତି ମନ୍ତ୍ରୀ ।