ଓଡିଶା

odisha

ETV Bharat / city

ୟୁପିରେ ପ୍ରଚଣ୍ଡ ବିଜୟ: ଧର୍ମେନ୍ଦ୍ରଙ୍କୁ ସାକ୍ଷାତ କଲେ ଯୋଗୀ - ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କଲେ ଯୋଗୀ ଆଦିତ୍ବନାଥ

ଉତ୍ତରପ୍ରଦେଶରେ ବମ୍ପର ବିଜୟ ପରେ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି ଯୋଗୀ ଆଦିତ୍ୟନାଥ । ଏହି ଅବସରରେ ଯୋଗୀ ୟୁପି ନିର୍ବାଚନୀ ପ୍ରଭାରୀ ଦାୟିତ୍ବ ତୁଳାଇଥିବା ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି । ଅଧିକ ପଢନ୍ତୁ

ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କଲେ ଯୋଗୀ ଆଦିତ୍ବନାଥ
ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କଲେ ଯୋଗୀ ଆଦିତ୍ବନାଥ

By

Published : Mar 14, 2022, 10:51 PM IST

ନୂଆଦିଲ୍ଲୀ:ୟୁପି ବିଜୟ ପରେ ସମ୍ପ୍ରତି ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି ଉତ୍ତର ପ୍ରଦେଶର ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଯୋଗୀ ଆଦିତ୍ୟନାଥ । ନିଜ ଦିଲ୍ଲୀ ଗସ୍ତର ଆଜି ଦ୍ବିତୀୟ ଦିନରେ ଯୋଗୀ ୟୁପି ନିର୍ବାଚନୀ ପ୍ରଭାରୀ ଦାୟିତ୍ବ ତୁଲାଇଥିବା ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି ।

ଏହି ଅବସରରେ ଯୋଗୀ ଟ୍ବିଟ କରି କହିଛନ୍ତି, ଆପଣଙ୍କ ସହଯୋଗରେ ୟୁପି ନିରନ୍ତର ବିକାଶ ଦିଗରେ ଅଗ୍ରସର ହେଉଛି । ସେହିପରି ଧର୍ମେନ୍ଦ୍ର ମଧ୍ୟ ଟ୍ବିଟ କରି କହିଛନ୍ତି ଆଜି ଯୋଗୀଙ୍କ ସହ ଆତ୍ମୀୟତା ସାକ୍ଷାତ ହୋଇଛି ।

ଏହି ଅବସରରେ ୟୁପିରେ ବିଜେପିକୁ ବିପୁଳ ବିଜୟର ସଫଳତା ଦେଇଥିବା ଯୋଗୀ ଆଦିତ୍ୟନାଥଙ୍କୁ ଶୁଭେଛା ଜଣାଇଲି । ଯୋଗୀଙ୍କ ପ୍ରଭାବଶାଳୀ ନେତୃତ୍ବରେ ୟୁପି ପ୍ରଗତି ଓ ସୁଶାନର ଶିଖର ଛୁଇଁବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details