ଓଡିଶା

odisha

ETV Bharat / city

ଘନ କୁହୁଡି ନେଇ 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - Yellow warnings for 11 districts in Odisha

ରାଜ୍ୟରେ ତାପମାତ୍ରା ଖସୁଥିବାରୁ ଶୀତ ଲହରୀ ଜାରି ରହିଛି । ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ଅଧିକ ଘନ କୁହୁଡି ଦେଖାଯିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଅଧିକ ପଢନ୍ତୁ...

Yellow warnings for 11 districts in Odisha due to dense fog
ଘନ କୁହୁଡି ନେଇ ରାଜ୍ୟରେ 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

By

Published : Dec 7, 2020, 8:17 PM IST

Updated : Dec 7, 2020, 10:19 PM IST

ଭୁବନେଶ୍ବର: ରାଜ୍ୟରେ ପାରଦ ଖସିବା ସହିତ ଶୀତର ଲହରୀ ବଢିବାରେ ଲାଗିଛି । ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ଘନ କୁହୁଡି ହେବା ନେଇ 11ଟି ଜିଲ୍ଲାକୁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସୋମବାର ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

ରାଜ୍ୟର ଆସନ୍ତା ୨୪ଘଣ୍ଟା ,ମଙ୍ଗଳବାର ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ବରଗଡ଼, ବୌଦ୍ଧ, ସୋନପୁର, ନୟାଗଡ଼ ଜିଲ୍ଲାରେ ଘନ କୁହୁଡି ହେବ। ଭୁବନେଶ୍ବରରେ ମଧ୍ୟ ହାଲକା କୁହୁଡି ଦେଖାଯିବ। ତେବେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ।

ଘନ କୁହୁଡି ନେଇ ରାଜ୍ୟରେ 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାତ୍ରି ସମୟରେ ତାପମାତ୍ରା ଖସୁଥିବାରୁ ଏହି ସମୟରେ ଶୀତ ଅଧିକ ଅନୁଭୂତ ହେବ । ଗତ 24 ଘଣ୍ଟା ମଧ୍ୟରେ 3ଟି ସହରରେ 10 ଡିଗ୍ରୀ ତଳେ ତାପମାତ୍ରା ରେକର୍ଡ କରାଯାଇଛି। ଫୁଲବାଣୀରେ ସର୍ବନିମ୍ନ 8.5 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ସୋନପୁରରେ 8.8, ଦାରିଙ୍ଗିବାଡିରେ 9.6, ଅନୁଗୁଳରେ 10.6 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସୋନପୁର, ଭଦ୍ରକ, ଜଗତସିଂହପୁର, ବୌଦ୍ଧ ଜିଲ୍ଲାମାନଙ୍କରେ ଅଧିକ ଘନ କୁହୁଡି ଦେଖାଯାଉଛି ।

ବାଲେଶ୍ବର,ଭଦ୍ରକ, ଜଗତସିଂହପୁର, ଯାଜପୁର, କଟକ,କେନ୍ଦ୍ରାପଡା, ଜିଲ୍ଲାରେ ଘନ କୁହୁଡି ନେଇ ସତର୍କ ସୂଚନା ଜାରି କଲେ ଏସଆରସି । ୧୦ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପିଙ୍କୁ ସତର୍କ ରହିବାକୁ ପରାମର୍ଶ । ଘନ କୁହୁଡି ଯୋଗୁ ରାଜପଥରେ ଭାରି ଗାଡି ଓ ଗାଡି ଚଳାଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି,ତେଣୁ ଦୁର୍ଘଟଣା ଜନିତ ସମସ୍ୟା ଏଡାଇବା ପାଇଁ ପୋଲିସ ଓ ପରିବହନ ଅଧିକାରୀ ସଜାଗ ରହିବାକୁ ନିର୍ଦେଶ ଦେଲେ ରାଜ୍ୟ ସରକାର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Dec 7, 2020, 10:19 PM IST

ABOUT THE AUTHOR

...view details