ଓଡିଶା

odisha

ETV Bharat / city

6 ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

ଆସନ୍ତା 24 ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକ ପଢନ୍ତୁ...

6 ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ
6 ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

By

Published : Jul 13, 2021, 9:36 PM IST

ଭୁବନେଶ୍ବର: ଆସନ୍ତା 24 ଘଣ୍ଟା ଅର୍ଥାତ୍ ବୁଧବାର ସକାଳ ମଧ୍ୟରେ 6 ଜିଲ୍ଲାରେ ପ୍ରବଳ ବର୍ଷା । ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

6 ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

ପଶ୍ଚିମ କେନ୍ଦ୍ରୀୟ ତଥା ସଂଲଗ୍ନ ଉତ୍ତର ପଶ୍ଚିମ ଏବଂ ଉତ୍ତର ଆନ୍ଧ୍ର ଦକ୍ଷିଣ ଓଡିଶା ଉପକୂଳରେ ସୃଷ୍ଟ ଲଘୁଚାପ ଏବେ ଦୁର୍ବଳ ହୋଇଯାଇଛି । ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସଠିକ ସମୟରେ ଆସିଥିଲେ ହେଁ ଦୁର୍ବଳ ମୌସୁମୀ ଯୋଗୁଁ ଅଧାରୁ ଅଧିକ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଏବେ ଚିନ୍ତାର କାରଣ ପାଲଟିଛି । ରାଜ୍ୟର ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ୧୩ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ।


ଜୁନ ୧ ତାରିଖରୁ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ମୋଟ ୨୭୩.୬ ମିମି ମୌସୁମୀ ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୩୪୭.୦ ମିମି ଠାରୁ ୨୧ ପ୍ରତିଶତ କମ । ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ବର୍ଷା ୫୮ ପ୍ରତିଶତ ବର୍ଷା ରେକର୍ଡ ହୋଇଛି ।ବର୍ତ୍ତମାନ ସୁଦ୍ଧା କେନ୍ଦୁଝର, ଭଦ୍ରକ, ଯାଜପୁର ଓ ଗଞ୍ଜାମ ଜିଲ୍ଲାରେ ସ୍ୱାଭାବିକ ଠାରୁ ୪୦ % ପ୍ରତିଶତରୁ କମ୍ ବର୍ଷା ରେକର୍ଡ କରାଯାଇଛି ।



ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details