ଓଡିଶା

odisha

ETV Bharat / city

ଲଘୁଚାପ ବର୍ଷାରେ ଭିଜୁଛି ରାଜ୍ୟ: 2 ଦିନ ପ୍ରବଳ ବର୍ଷିବ, 4 ଜିଲ୍ଲା ୟେଲୋ ୱାର୍ଣ୍ଣିଂ - ୟେଲୋ ୱାର୍ଣ୍ଣିଂ

ଆଜି ଏବଂ ଆସନ୍ତାକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

ରାଜ୍ୟରେ ପ୍ରବଳ ବର୍ଷିବ ! ଜାରି ହେଲା ୟେଲୋ ୱାର୍ଣ୍ଣିଂ
ରାଜ୍ୟରେ ପ୍ରବଳ ବର୍ଷିବ ! ଜାରି ହେଲା ୟେଲୋ ୱାର୍ଣ୍ଣିଂ

By

Published : Nov 13, 2021, 11:10 AM IST

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଆଜି ଏବଂ ଆସନ୍ତାକାଲି ସକାଳ ସୁଦ୍ଧା ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଓ ରାୟଗଡା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି କନ୍ଧମାଳ, ଗଞ୍ଜାମ, ଗଜପତି ଓ ରାୟଗଡାରେ ପ୍ରବଳ ବର୍ଷିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି 4 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଗୁରୁବାର ସୃଷ୍ଟ ଘୂର୍ଣ୍ଣିବଳୟ କ୍ରମଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ସେପଟେ ଉତ୍ତର-ଆଭ୍ୟନ୍ତରୀଣ ତାମିଲନାଡୁରେ ସୃଷ୍ଟ ଟ୍ରପ ଲାଇନ ଆନ୍ଧ୍ର ଦେଇ ଓଡିଶା ଉପକୂଳକୁ ବ୍ୟାପିଛି । ଏହାର ପ୍ରଭାବରେ ହିଁ ଦୁଇ ଦିନ ଉକ୍ତ ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ବିଭାଗ । ସେହିପରି ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ୧୫ ତାରିଖ ଦିନ ଏହା ଘନୀଭୂତ ହୋଇ ଅବପାତର ରୂପ ନେବ ବୋଲି ଅନୁମାନ କରାଯାଉଛି । ଯାହାଦ୍ବାରା ୧୬ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢିବ ।

ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ଗତକାଲି ପୁରୀରେ ୬୨.୦ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଛତ୍ରପୁରରୁ ୫୬.୪ ମିମି, ନୟାଗଡ ୩୮.୦, ଗୋପାଳପୁର ୩୩.୦ ଏବଂ ଦାରିଙ୍ଗବାଡିରେ ୨୦.୦ ବର୍ଷ ରେକର୍ଡ ହୋଇଛି । ବର୍ତ୍ତମାନ ରାଜଧାନୀରେ ମଧ୍ୟ ଝିପ୍ ଝିପ୍ ବର୍ଷା ଲାଗି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details