ଭୁବନେଶ୍ୱର: ଉପକୂଳରେ ତାପମାତ୍ରା କମ ରହିଛି । ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ରହିଛି। ଶନିବାର ମଧ୍ୟରେ 8 ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ହେବାର ସମ୍ଭାବନା ରହିଛି। ମାଲକାନଗିରି, ଗଜପତି, ଗଞ୍ଜାମ, ରାୟଗଡା, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଗୁଡିକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।
24 ଘଣ୍ଟାରେ ଘଡଘଡି ବର୍ଷା, 8 ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ - ଓଡିଶା ପାଣିପାଗ ଖବର
ଉପକୂଳରେ ତାପମାତ୍ରା କମ ରହିଛି । ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ରହିଛି। 8 ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ। ଅଧିକ ପଢନ୍ତୁ...

8 ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
8 ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
୨୫ ତାରିଖରେ ପାଗ ଶୁଖିଲା ରହିବ। ଗତ ୨୪ ଘଣ୍ଟାରେ ଟିଟିଲାଗଡରେ ସର୍ବୋଚ୍ଚ ତାପମାତ୍ରା ୪୧.୦ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ବୌଦ୍ଧରେ ୪୦.୫, ତାଳଚେରରେ ୪୦.୧, ସୁନ୍ଦରଗଡରେ ୪୦.୦, ବଲାଙ୍ଗୀରରେ ୪୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ମୟୁରଭଞ୍ଜ ଜିଲ୍ଲା କପତିପଦାରେ ସର୍ବାଧିକ ୩୪.୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଭଦ୍ରକରେ ୨୨.୦ ମିମି ,ବାଲେଶ୍ୱର ସୋରୋରେ ୨୧.୦ ଓ ସାଲେପୁରରେ ୧୮.୦ ମିମି ବର୍ଷା ରେକର୍ଡ କରାଯାଇଛି।
ଭୁବନେଶ୍ବରରୁ ସଞ୍ଜିବ ରାୟ,ଇଟିଭି ଭାରତ