ଭୁବନେଶ୍ବର:ଆଜି (ଗୁରୁବାର)ଠୁ ରାଜ୍ୟରେ କମିବ ଘୂର୍ଣ୍ଣିବଳୟର ପ୍ରଭାବ । ଉତ୍ତର ଓଡ଼ିଶାରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଜିଠୁ ରାଜ୍ୟରେ କମିବ ଘୂର୍ଣ୍ଣିବଳୟର ପ୍ରଭାବ ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର । ଆସନ୍ତାକାଲି ପାଗ ଶୁଖିଲା ରହିବ ବୋଲି କହିଛି ପାଣିପାଗ ବିଭାଗ । କିନ୍ତୁ ପୁଣି ୨୭ରୁ ଭିଜିବ ସାରା ଓଡ଼ିଶା । ଅର୍ଥାତ ବର୍ଷାର ପରିମାଣ ବଢିବ ବୋଲି ଆକଳନ କରିଛି ବିଭାଗ । ଏହାକୁ ନେଇ ୩୦ ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହା ବି ପଢନ୍ତୁ- କ୍ୟାପିଟାଲ ହସ୍ପିଟାଲରେ ଲାଗିଲା ଏପରି ମେସିନ, ରୋଗୀ ଗୁରୁତର ହେଲେ ଡାକିଦେବ ଡାକ୍ତର
ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ନିର୍ଦ୍ଦେଶକ କହିଛନ୍ତି, "ଆସନ୍ତା ୨ ଦିନରେ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏହାପରେ ୨୭ ତାରିଖରେ ରାଜ୍ୟର ଅନେକ ସ୍ଥାନରେ ବର୍ଷାର ପରିମାଣ ବଢିବ । ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର ଆଦି ଜିଲ୍ଲାରେ ଅଧିକ ବର୍ଷା ହେବ । ୨୯ ତାରିଖରେ ବର୍ଷାର ପରିମାଣ କମିବ । ଭୁବନେଶ୍ବରରେ ମଧ୍ୟ ୨୭ ତାରିଖରେ ମେଘାଚ୍ଛନ୍ନ ରହିବା ସହ ବର୍ଷା ହେବାର ସମ୍ଭାବନା ରହିଛି ।"
ଆଜି ରାଜ୍ୟରେ ସକ୍ରିୟ ରହିଥିଲା ମୌସୁମୀ । ସୁନ୍ଦରଗଡ଼ରେ ସବୁଠୁ ଅଧିକ ବର୍ଷା ହୋଇଥିବା ବେଳେ ଏହାର ପରିମାଣ ୧୬୮.୦ ମିଲିମିଟର । ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୯୭୦.୨ ମିଲିମିଟର । ୮୪୫. ୮ ମିମି ସ୍ବାଭାବିକ ବର୍ଷା ହୋଇଥାଏ । ଏଯାବତ କନ୍ଧମାଳରେ ୬୦ ପ୍ରତିଶତ ଅଧିକ ବର୍ଷା ହୋଇଛି । ମୋଟ ଜିଲ୍ଲା ମଧ୍ୟରୁ ୮ଟି ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ବେଳେ ଅନ୍ୟ ୨୧ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର